ads

Breaking News

ନୟାଗଡ଼ ଜିଲ୍ଲାରେ କଳା ପଲସର ଆତଙ୍କ


ନୟାଗଡ଼    -------  ନୟାଗଡରେ କଳା ପଲସର ଆତଙ୍କ କରି ଚାଲିଥିଲା । ପୋଲିସକୁ ଚକମା ଦେଖାଇ ଲୁଟେରା ଲୁଟ କରି ଫେରାର ହୋଇଯାଉଥିଲେ । ମାତ୍ର ନୟାଗଡ଼ ପୋଲିସ କିଛି ଅସମାଜିକ ଯୁବକ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ସହ ଜାଲ ବିଛାଇଥିଲା । ଏବେ ଲୁଟେରା ମାନେ ସେହି ଜାଲରେ ଧରାପଡ଼ିଥିବା ଜଣାପଡିଛି ।  ଲୁଟେରା ମାନେ ଯେତେ ଚାଲାକ ହେଲେ ବି ନୟାଗଡ ପୋଲିସକୁ ଫାଙ୍କିବା ମହଙ୍ଗା  ସାବ୍ୟସ୍ତ ହୋଇଛି।ଗତ ୨୬ ତାରିକରେ ବୋଲଗଡ଼ ଅନ୍ତର୍ଗତ ସାଗର ଗାଁର ଚିନ୍ମୟ ରଞ୍ଜନ ଭଟ୍ଟ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିରକୁ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିଲେ।ମନ୍ଦିର ନିକଟରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଛିଡା ହୋଇଥିବା ବେଳେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲସର ବାଇକରେ ଆସି ଛୁରୀ ଦେଖାଇ ଦୁଇଟି ଭ୍ୟାନିଟି ବ୍ୟାଗକୁ ଛଡାଇ ନେଇଯାଇଥିଲେ।ସେମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଅନୁସାରେ ପୋଲିସ ଛାନଭିନ ଆରମ୍ଭ କରିଥିଲା।ଶେଷରେ ନୟାଗଡ ଶଗଡ଼ିଆ ସାହିରୁ ଦୁଇଜଣ,ତୁଳସୀପୁରରୁ ଜଣେ ଏବଂ ଦଶପଲ୍ଲା ଭୋଗବାଡ଼ି ଗାଁରୁ ଜଣକୁ ଗତକାଲି ଗିରଫ କରିଛି ଟାଉନ ଥାନା ପୋଲିସ।ବ୍ୟାଗରେ ଥିବା ଲୁଟ ସାମଗ୍ରୀକୁ ମଧ୍ୟ ଜବତ କରିଥିବା ପୋଲିସ ଠାରୁ ଜଣାପଡିଛି । 


 S k Dalii
Nayagada News
ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts