ads

Breaking News

ରାଜ୍ୟର ପାଣିପାଗ ଆକଳନ ସତ ହେଲା ; ଲଘୁଚାପ ବର୍ଷାରେ ଫସଲ ହାନି



     ସାକ୍ଷୀଗୋପାଳ ---- ରାଜ୍ୟର ପାଣିପାଗ ବିଭାଗ ର ଆକଳନ ସତ୍ଯରେ ପରିଣତ ହୋଇଛି  । ମଙ୍ଗଳ ବାର ରାତିରୁ ଝିପିଝିପି ବର୍ଷା ଲାଗି ରହିଛି  । ଏଥିସହିତ ପବନ ସହିତ କୋହଲାପାଗ ଯୋଗୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି  । ବିଲରେ ଦାଆରେ କଟା ହୋଇ ପଡିଥିବା ଧାନ କଳେଇ ଓଦା ହୋଇଗଲାଣି  । ସେହିପରି ପାଣିପାଗ ବିଭାଗ ଆକଳନର ଖବରକୁ ନଜର କରି ଦରପାଚିଲା ଧାନ ଗୁଡିକ ତରବରିଆ ଭାବେ ମେସିନ ଦ୍ୱାରା କେତେକ ଚାଷୀ ଅମଳ କରିଛନ୍ତି   । ଖରା ନଥିବା ହେତୁ ସେହି ଧାନ ଗୁଡିକ ସୁଖି ନପାରି ନାଲିଆ ରଙ୍ଗ ହୋଇଯିବା ସହ ଗମୁ ହୋଇଯିବ ବୋଲି ଆଶଙ୍କା କରିଛନ୍ତି ଚାଷୀ। ଆଳୁ ଲଗାଇବା ସମୟ   । ବିଲ ପାଗ ହୋଇଯାଇଛି ।  କେତକ ସ୍ଥାନରେ ବର୍ଷା ଯୋଗୁ ବିଲରେ ପାଣି ଜମି ଯିବାରୁ ଆଳୁ ମଞ୍ଜି ବିଲରେ ସଢିଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ସେହିପରି ଟମାଟୋ, ବିନ, ଝୁଡଙ୍ଗ, ଜହ୍ନି, କାକୁଡି, କଲରା, କୋଶଳା, ପାଳଙ୍ଗ, ବଥୁଆ ପ୍ରମୁଖ   ଶାଗ, ଧନିଆ ଆଦି ଫସଲ କିଆରିରେ ପାଣି  ଜମି ଗଲାଣି।   ଲଘୁଚାପ ବର୍ଷା ଚାଷୀ କୂଳ ମୁଣ୍ଡରେ ଚଡକ ପଡିଛି ବେଲି ଚାଷୀ ମାନେ କହୁଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧୨/୨୦୨୩----୮,୩୫ Sakhigopal News,6/12/2023

ads

Blog Archive

Popular Posts