ads

Breaking News

ଗୋ ପୂଜା ଓ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

 
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ମହାବଳପଡା ଠାରେ ବରାଳ ବାଲୁଙ୍କେଶ୍ୱର ଦେବ ଚାରିଟେବୁଲ ଟ୍ରଷ୍ଟ ସାକ୍ଷୀଗୋପାଳ ଗୋବିନ୍ଦ ଜୀଉ ଗୋଶାଳା ପରିସରରେ ପବିତ୍ର ଗୋପାଷ୍ଟମୀ ରେ ଗୋମାତାଙ୍କୁ ପୂଜା ସହିତ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନଙ୍କ ତତ୍ବାବଧାନରେ ହୋମ ଯଜ୍ଞ ସହିତ ଗୋମାତାଙ୍କର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବ୍ରାହ୍ମଣ ଲକ୍ଷ୍ମୀଧର ପଣ୍ଡା ପୃଜାପାଠ କରିଥିବା ବେଳେ କର୍ତ୍ତା କର୍ତ୍ତା ଭାବେ ଲକ୍ଷ୍ମଣ ପାଳ ଓ ଅରୁନ୍ଦତି ପାଳ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ଗୋ ସୁରକ୍ଷା ମଞ୍ଚର ସଭାପତି ବୈଷ୍ଣବ ବାବାଜି ଚରଣ ଦାସ ଙ୍କ ତତ୍ବାବଧାନରେ ନାମ ସଂକୀର୍ତ୍ତନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବାବାଜି ବଳରାମ ଦାସ, ସୁଧୀର ଚକ୍ରବର୍ତ୍ତୀ,ଅମରେଶ ଜେନା ଓ ଗୋଶାଳାର କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୧/୨୦୨୨--୮,୨୫ Sakhigopal News,1/11/2022

ads

Blog Archive

Popular Posts