ads

Breaking News

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ


ଭଞ୍ଜନଗର--- ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଅଢେଇଗାଁ ଗ୍ରାମ ପଞ୍ଚାୟତ ବିଷୋୟୀ ଉଚ୍ଚ ବିଦ୍ୟାଳୟ ଠାରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସ୍ଵୀକୃତି କ୍ରମେ କନ୍ଧମାଳ ଲୋକସଭା ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଭୁବନେଶ୍ୱରସ୍ଥିତ କିମ୍ସ ଅନୁଷ୍ଠାନ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିର ରେ ଅଭିଜ୍ଞ ତିନୋଟି ଡାକ୍ତରୀ ଟିମ ଓ ତାଙ୍କର କର୍ମକର୍ତ୍ତା କୁ ନେଇ ୩୦୨ ଗରିବ,ଗୁରୁବା,ଅସହାୟ, ନିସହାୟ ଏବଂ ସାଧାରଣ ବର୍ଗର ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରିବା ସହ ମାଗଣା ରେ ଔଷଧ ବିତରଣ କରାଯାଇଥିଲା। ପ୍ରତ୍ୟେକ ମାସର ଶେଷ ରବିବାର ଦିନ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକ ରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବାକୁ ମାନ୍ୟବର କନ୍ଧମାଳ ଲୋକସଭା ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ନିର୍ଦ୍ଦେଶ ଦେଇଛନ୍ତି । କରୋନା ପୂର୍ଵରୁ ଜଗନ୍ନାଥପ୍ରସାଦ ବ୍ଲକ ର ପ୍ରାୟ ୭ଗୋଟି ଗ୍ରାମ ପଂଚାୟତ ରେ ଅନୁଷ୍ଠିତ ହୋଇ ସାରିଛି । ଆଉ ଅବଶିଷ୍ଟ ଥିବା ଗ୍ରାମ ପଂଚାୟତ ମାନଙ୍କ ରେ ପର୍ଯ୍ୟାୟ କ୍ରମେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଗରିବ,ଅସହାୟ, ନିସହାୟ ଏବଂ ଜନସାଧାରଣ ଆଜି ବ୍ରହ୍ମପୁର, ଭୁବନେଶ୍ୱର, ଭଞ୍ଜନଗର ଯାଇ ବହୁ ଅର୍ଥ ଖର୍ଚ୍ଚ କରି ହନ୍ତସନ୍ତ ହୋଇଥିଲେ । ଆଜି ମାନ୍ୟବର ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ବରିଷ୍ଠ ଉଦ୍ୟମ ଯୋଗୁ ଯାହାକି ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ର ରେ ସାରା ବିଶ୍ୱ ରେ କିଟ୍,କିମ୍ସ ପ୍ରତିଷ୍ଠା ଲାଭ କରିଛି । ତାଙ୍କରି ଅନୁଷ୍ଠାନ ଆଜି ତାଙ୍କର ଡାକ୍ତରୀ ଟିମ ଆସି ଗ୍ରାମା ଅଂଚଳ ରେ ଜନସାଧାରଣ ଙ୍କ ହାତ ପାହାନ୍ତା ରେ ଏହି ଚିକିତ୍ସା ସୁବିଧା ଯୋଗେଇଥିବାରୁ ମାନ୍ୟବର ସାଂସଦ ଓ ମାନ୍ୟବର ବାଚସ୍ପତି ଙ୍କୁ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ, ବ୍ଲକ ସଂଯୋଜକ ପ୍ରିୟରଞ୍ଜନ ରଥ ଓ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଜନପ୍ରତିନଧି ମାନେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।ଏହି ସ୍ୱାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ  ବୁଦ୍ଧିଜୀବୀ ଶ୍ରୀ ବିରୁପାକ୍ଷ ନାୟକ,ଏଥିରେ ସହଯୋଗ କରିଥିଲେ । କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚାରଣ  ବାରିକ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର,ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ବସନ୍ତ କୁମାର ପ୍ରଧାନ ,ଶ୍ରୀ ବିରୁପାକ୍ଷ ସେଠି,ଅବସର ପ୍ରାକ୍ତ ଶିକ୍ଷକ ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ,ଯୁବ ବିଜେଡି ସଭାପତି ଶ୍ରୀକାନ୍ତ ଦଳବେହେରା,ଯୁବ ଆଇନଜିବି ଶ୍ରୀ ରଙ୍କନିଧି ପାତ୍ର,  ବି.ଡିପୁର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ, ଶ୍ରୀ ଅନୁପ କୁମାର ଭୂୟାଁ,ଶ୍ରୀ ଅମିର କୁମାର ସ୍ୱାଇଁ, ଶ୍ରୀ ପ୍ରଭାତ କୁମାର ବାରିକ,ଶ୍ରୀ ଜିତେନ୍ଦ୍ର ରଥ,ଶ୍ରୀ ମଧୁସୂଦନ କର,ଶ୍ରୀ ବିପ୍ର ଚାରଣ ସ୍ୱାଇଁ,ଶ୍ରୀ ସୁଶାନ୍ତ କୁମାର ପ୍ରଧାନ,ଶ୍ରୀ ଦେବୀପ୍ରସାଦ ମହାପାତ୍ର, ଶ୍ରୀ ଭ୍ରମର ବର ନାଇକ,ଶ୍ରୀ ହୃଷିକେଶ ନାୟକ,ଶ୍ରୀ ଧ୍ରୁବ ଚରଣ ବେହରା,ଶ୍ରୀ ଗାଲ ମାଧବ ପ୍ରଧାନ,ଶ୍ରୀ ପ୍ରଦୀପ କୁମାର ସେଠି, ଶ୍ରୀ ରାମକୃଷ୍ଣ ପ୍ରଧାନ,ଶ୍ରୀ ଗିରିଶ ସାହୁ,ଶ୍ରୀ ବୁଲୁ ବେହେରା, ଶ୍ରୀ ଗୌରାଙ୍ଗ ପଟ୍ଟନାୟକ, ଅବସର ପ୍ରାକ୍ତ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଭୂୟାଁ,ଶ୍ରୀ ପିଣ୍ଟୁ ପ୍ରଧାନ,ଶ୍ରୀ ବିଜୟ ନାୟକ,ପ୍ରକାଶ ଚନ୍ଦ୍ର ନାୟକ, ଶ୍ରୀ ସଲିଳ କୁମାର ସାହୁ, ଶ୍ରୀ ବିଚିତ୍ର କୁମାର ନାୟକ, ଶ୍ରୀ କୃଷ୍ଣ ଚନ୍ଦ୍ର ସେଠି, ଶ୍ରୀ ହରିହର ଖଟେଇ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ, ଶ୍ରୀ କୃଷ୍ଣ ଚନ୍ଦ୍ର ଜେନ,ଏମବିକେ,ସିଆରପି, ବିଦ୍ୟାଳୟ ପ୍ରଧାନ ଶିକ୍ଷାକ ଓ  କର୍ମକର୍ତ୍ତା ସ୍ଥାନୀୟ ଅଂଚଳ ବହୁ ବୁଦ୍ଧିଜୀବୀ, ସମାଜସେବୀ,ଜନପ୍ରତିନଧି ମାନେ ଉପସ୍ଥିତ ଥିଲେ।
ଭଞନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୨---୯,୨୦ Sakhigopal News,29/11/2022

ads

Blog Archive

Popular Posts