ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏନ୍‌ ସି ସି ଦିବସ ପାଳିତ


 
ସାକ୍ଷୀଗୋପାଳ------ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଏନ୍‌ ସି ସି ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରାକ୍ତନ ଏନ୍‌ ସି ସି ଅଫିସର ତଥା କୃଷକ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା  ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟର ଏନ୍‌ ସି ସି ଅଫିସର ସୁଚିତ୍ର ଖଟେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାୟ ଚାଳିଶ ଜଣ ଏନ୍‌ ସି ସି କ୍ୟାଡେଟ୍‌ ମାର୍ଚିଂ ସହ ଏକଜୁଟ ହୋଇ ଏନ୍‌ ସି ସି ପତାକା ଉତ୍ତୋଳନ କରିଥିଲେ । ଏନ୍‌ ସି ସି  ଶୃଙ୍ଖଳିତ ଜୀବନର ବାର୍ତ୍ତାବହ ଅଟେ ଏବଂ ଭାରତର ସର୍ବ ବୃହତ ସଂଗଠନ ବୋଲି ଶ୍ରୀ ପରିଡା  ମତବ୍ୟକ୍ତ କରିଥିଲେ। ଏନ୍‌ ସି ସି ସଙ୍ଗୀତ ପରିବେଷଣ କରିଥିଲେ କ୍ୟାଡେଟ୍‌ ମାନେ ଏବଂ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା ରେ  ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ସୌଦାମିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧୧/୨୦୨୨---୮,୧୦ Sakhigopal News,27/11/2022

ads

Blog Archive

Popular Posts