ads

Breaking News

୪୫ ଗ୍ରାମ ଧଳାଜହର ଜବତ; ଦୁଇ ଯୁବକ ଗିରଫ


ପୁରୀ---  ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକ ଠାରେ ଚଢ଼ାଉ କରିଥିଲେ। ଗୋପ ଥାନା ଅଧୀନ ବାୟାଳିଶି ବାଟି ଗ୍ରାମର ଦୁଇ ଜଣ ହେରୋଇନ ବ୍ୟବସାୟୀ (1)ତ୍ରିନାଥ ଭୋଇ ,ବୟସ -32ବର୍ଷ ଏବଂ (2)ନାରାୟଣ ଭୋଇ, ବୟସ -44 ଉଭୟଙ୍କୁ ଗିରଫ କରିଥିଲେ। ତାଙ୍କ ଠାରୁ 45 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ ହୋଇଛି। କୋଣାର୍କ ଅବକାରୀ ଥାନା କେସ ନଂ -100/22-23 ରୁଜୁ କରି ଦୁଇ ଅଭିିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରଗାରକୁ ପଠାଯାଇଛି ।  ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 4,50,000/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ SI ଶ୍ରୀମତି ସ୍ୱୟଂପ୍ରଜ୍ଞା ସୁଭଦର୍ଶିନୀ ନାୟକ,SI ଶ୍ରୀ ନାରାୟଣ ବେହେରା, ASI ଶ୍ରୀ ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକ, ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ସେକ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୧୧/୨୦୨୨---୭,୩୫ Sakhigopal News,24/11/2022

ads

Blog Archive

Popular Posts