ads

Breaking News

ଭଞ୍ଜନଗର ବ୍ଲକ ସ୍ତରୀୟ ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ ଅନୁଷ୍ଠିତ




ଭଞ୍ଜନଗର--ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବ୍ଲକ ସ୍ତରୀୟ ଶିଶୁଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ପ୍ରଫେସର କୃତିବାସ ବିଶ୍ୱାଳ, ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଶିକ୍ଷକ ନେତା ରାଜ କୁମାର ସାହୁ ଓଷ୍ଟା ରାଜ୍ୟ ସମ୍ପାଦକ ବିଜୟ କୁମାର ବେହେରା, ଅଶୋକ କୁମାର ଦଳେଇ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଓଷ୍ଟା ରାଜ୍ୟ ଉପସଭାପତି ସନ୍ତୋଷ ଜେନା ଓ ଓଷ୍ଟା ବ୍ଲକ ସମ୍ପାଦକ ଗୌରୀ ନନ୍ଦନ ହୋତା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଓଷ୍ଟାର ଏହି  କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଛାତ୍ର, ଛାତ୍ରୀଙ୍କ ଲୁକାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବାରେ ଓଷ୍ଟା ର ଭୂମିକାକୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ତରଫରୁ ସମାଜସେବୀ ଶୂଳପାଣି ଶତପଥି, ଗୁରିମୂର୍ତ୍ତି ନାୟକ, ଅଶୋକ କୁମାର ସ୍ୱାଇଁ,ହେମନ୍ତ କୁମାର ତ୍ରିପାଠୀ ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି, ସମ୍ପାଦକଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଛାତ୍ରୀ ମୋନାଲିସା ସାବତ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସମ୍ପାଦକ ଗୌରୀନନ୍ଦନ ହୋତା ବିବରଣୀ ପ୍ରଦାନ କରିଥିଲେ । ଦଶଟି ପ୍ରତିଯୋଗିତା ରେ ଅଧ୍ୟାପକ, ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକ କାଳିଆ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ । କୃତୀ ପ୍ରତିଯୋଗି ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରଧାନଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ ଧନ୍ୟବାଦ ପ୍ରଦାନକରିଥିଲେ । ସମସ୍ତ ବିଦ୍ୟାଳୟ ରୁ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୧/୨୦୨୨---୮,୪୫ Sakhigopal News,19/11/2022


.......

ads

Blog Archive

Popular Posts