ads

Breaking News

ଟିଟିଲାଗଡ଼ ଜିଲ୍ଲା ଓ ସବଡିଭିଜନ ମାନ୍ୟତା ପାଇଁ ସଇଁନ୍ତଲା ୧୨ ଘଣ୍ଟିଆ ବନ୍ଦ ସଫଳ




ବଲାଙ୍ଗିର---ସଇଁନ୍ତଲା ଟିଟିଲାଗଡ଼ ଜିଲ୍ଲା ଦାବୀକୁ ନେଇ ଦୀର୍ଘ ୩୦ ବର୍ଷ ହେବ ଆନ୍ଦୋଳନ ଜାରି ରହିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ମସିହାରେ ପ୍ରତିଶ୍ରୁତି ଦେଇଥିଲେ ଏବଂ ୩୧ ନମ୍ବର ଜିଲ୍ଲା ମାନ୍ୟତା ପାଇବ ବୋଲି । ହେଲେ ବର୍ତ୍ତମାନ ସୁଦ୍ଧା ଟିଟିଲାଗଡ଼ ଜିଲ୍ଲା ମାନ୍ୟତା ପାଇନ ଥିବା ବେଳେ ଆନ୍ଦୋଳନ ଜୋରଦାର ହେବାରେ ଲାଗିଛି।ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ଆଜି ସଇଁନ୍ତଲା ବିକାଶ ପରିଷଦ, ବଣିକ ସଂଘ ଏବଂ ସାମ୍ବାଦିକ ସଂଘ ପକ୍ଷରୁ ସମର୍ଥନ କରାଯାଇଛି।ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସ୍କୁଲ, କଲେକ,ସରକାରୀ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି।ସଇଁନ୍ତଲା କୁ ସବଡିଭିଜନ ମାନ୍ୟତା ପ୍ରଦାନ କରିବା ସାଙ୍ଗେ ଟିଟିଲାଗଡ଼ ଜିଲ୍ଲା ଘୋଷଣା କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ସମର୍ଥନ କରିବା ସହ ଜାତୀୟ ରାଜପଥ ୨୬ କୁ ଅବରୋଧ  କରାଯାଇଥିଲା । ସେହିପରି ବ୍ୟାଙ୍କ ଛକ ଠାରେ ଧାରଣା ଦିଆଯାଇ ଥିଲା।କିଛି ସମୟ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ମଧ୍ୟ ରହିଥିଲା।ଦୋକାନ ବଜାର ବନ୍ଦ ରହିଛି।ଅନ୍ୟପଟେ ଟିଟିଲାଗଡ଼ ବିଧାୟକା ତଥା ମନ୍ତ୍ରୀ ଟୁକୁନି ସାହୁ ଜିଲ୍ଲା ପ୍ରସଙ୍ଗ କୁ ନେଇ କାହିଁକି ଚୁପଚାପ ରହୁଛନ୍ତି ବୋଲି ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ଯଦି ରାଜ୍ୟ ସରକାର ଟିଟିଲାଗଡ଼ ଜିଲ୍ଲା ଘୋଷଣା ନ କଲେ ଆଗାମୀ ଦିନରେ ରାଜ ରାସ୍ତାରେ ନିଆଁ ଜଳିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ସ୍ଥାନୀୟ ଲୋକେ।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୪/୧୧/୨୦୨୨---୭,୧୦ Sakhigopal News,24/11/2022

ads

Blog Archive

Popular Posts