ads

Breaking News

କନ୍ଧମାଳ ସାଂସଦ ଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

                    
 
ବାଲିଗୁଡା ---କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଏବଂ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା ପାଇଁ କନ୍ଧମାଳ ସାଂସଦ ଙ୍କ ଏପରି ପଦକ୍ଷେପ ପାଇଁ ଜନସାଧାରଣ କୃତଜ୍ଞତା ଜଣେଇଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀ ର କନ୍ଧମାଳ  ଜିଲ୍ଲା ସୀମାନ୍ତ କୋଟଗଡ଼ ବ୍ଲକ ର ଦୁର୍ଗମ ଓରା, ତୁମୁଡିବନ୍ଧ ବ୍ଲକ ର କରୁକୁଡୁପା, ବାଲିଗୁଡା ବ୍ଲକ ର ସୁଡ୍ରା ଓ କ. ନୂଆଗାଁ ବ୍ଲକ ର ଆଡିମାହା ଠାରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି । ଭୁବନେଶ୍ୱର କିମ୍ସ ର ଅଭିଜ୍ଞ ଡାକ୍ତର, ବିଶେଷଜ୍ଞ,ସ୍ୱାସ୍ଥ୍ୟ କର୍ମୀ ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । କୋଭିଡ ମହାମାରୀ ପରେ ପୁନର୍ବାର କନ୍ଧମାଳ ସଂସଦୀୟ କ୍ଷେତ୍ର ରେ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କରାଯିବା ନେଇ ଜନସାଧାରଣ ବେଶ ଖୁସି ବ୍ୟକ୍ତ କରିବା ସହ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ଜଣେଇଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୮/୧୧/୨୦୨୨---୮,୧୦ Sakhigopal News,28/11/2022

ads

Blog Archive

Popular Posts