ads

Breaking News

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ



ନୟାଗଡ଼--- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା ଗ୍ରାମପଞ୍ଚାୟତ ର ଲୁନିସରା ଗ୍ରାମର ସତ୍ୟ ନାୟକ ଙ୍କର ଅଜଣା ଗାଡ଼ି ଧକ୍କାରେ ଆଜି ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ମୁତାବକ ଲୁଣିସରା ଗ୍ରାମର ସତ୍ୟ ପ୍ରଧାନ , ବୟସ ୪୫ ବର୍ଷ ପିତା ଭିକା ପ୍ରଧାନ କୌଣସି କାମରେ ସୋରଡ଼ା ଗ୍ରାମରୁ କାମ ସାରି ନିଜ ଗ୍ରାମ ଲୁଣିସରା ଗ୍ରାମକୁ ଫେରୁଥିଲେ। ସୋରଡ଼ା ଓ ଲୁଣିସରା ଗ୍ରାମ ମଝିରେ ଥିବା ସନ୍ତୋଷୀ ମା ମନ୍ଦିର ନିକଟରେ ଉକ୍ତ ଦୁର୍ଘଟଣା ଟି ଘଟିଛି। ଘଟଣା ସ୍ଥଳରେ ସୋରଡ଼ା ଗ୍ରାମପଞ୍ଚାୟତ ସମିତି ସଭ୍ୟ ସୁଶାନ୍ତ ପ୍ରଧାନ ପହଞ୍ଚି ନୂଆଗାଁ ଅଗ୍ନିଶମ ଗାଡ଼ି ଦ୍ଵାରା ଦଶପଲ୍ଲା ଡାକ୍ତର ଖାନ କୁ ପଠାଇ ଥିଲେ । ସେଠାରେ ଡାକ୍ତର ସତ୍ୟ ଙ୍କୁ ମୃତ ଘୋଷଣା କରିଥିଲେ। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୧୧/୨୦୨୨---୮,୪୦ Sakhigopal News,20/11/2022

ads

Blog Archive

Popular Posts