ads

Breaking News

ରାଜ୍ୟ ସ୍ତରୀୟ କଳା ଉତ୍ସବ ରେ ରେମଣ୍ଡା ହାଇସ୍କୁଲ୍ରର ଛାତ୍ର ଆର୍ଯ୍ୟନ ମହାନନ୍ଦ ପ୍ରଥମ


ବରଗଡ---  ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୨ -୨୦୨୩ ଭୁବନେଶ୍ବର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ  ୟୁନିଟ୍ - ୯ ଠାରେ ଶିଶୁଦିବସ ଉପଲକ୍ଷେ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ କଳା ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଓଡ଼ିଶା ର ଲୁପ୍ତ ପ୍ରାୟ ଲୋକ ନୃତ୍ୟ ଘୁଡୁକା ନାଚରେ ଆମ ଅଞ୍ଚଳ ର ଗର୍ବ ଓ ଗୌରବ ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଘୁଡକାନାଚ  ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।  ତାଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ପାଇଁ ଗୁରୁ ଦେବାନନ୍ଦ ଲୁହା ଙ୍କ ଆଶୀର୍ବାଦ ତଥା ଦିଗ୍ ଦର୍ଶକ ଭାବେ ପର୍ଶୁରାମ ପାତ୍ର ରହିଥିବା ବେଲେ ଘୁଡୁକା ନାଚକୁ ସରକାରୀ ଅବା ବେସରକାରୀ ସ୍ତର ରେ ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ନେଇ ପାରନ୍ତେ ବୋଲି ଛାତ୍ର ଆର୍ଯ୍ୟନ୍ ମହାନନ୍ଦ କହିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୧/୨୦୨୨-----୬,୪୦    Sakhigopal News,16/11/2022

ads

Blog Archive

Popular Posts