କୁମ୍ଭକାର ପରିବାର ପକ୍ଷରୁ କୁରାଳ ପର୍ବ ପାଳନ
ସାକ୍ଷୀଗୋପାଳ ------ ମାର୍ଗଶିରମାସ ଓଢ଼ଣ ଷଷ୍ଟି ଦିନ ଠାରୁ କୁମ୍ଭକାର ପରିବାର କୁରାଳ ପର୍ବ ପାଳନ କରନ୍ତି । ଏହି ପର୍ବ ଆଗରୁ ମାଟିରେ ନିର୍ମିତ ମାଟି ନିର୍ମିତ କାରୁକାର୍ଯ୍ୟ କାରିଗରି କାମ ବନ୍ଦ କରି ଦେଇଥାନ୍ତି । ହାଣ୍ଡି ଗଢା ଚକକୁ ଭଲଭାବରେ ଧୁଆଧୋଇ କରି ନିଜନିଜ ପରିବାରର ଝିଅ ବୋହୁ ମାନେ ଝୋଟି ଚିତା ଦେଇ ପୂଜା କରିଥାନ୍ତି । ଏହି ପୂଜା ରେ ପରିବାରରେ ପ୍ରସ୍ତୁତ ଆରିସା, କାକରା, ଏଣ୍ଡୁରି ପିଠା ଓ ବିଭିନ୍ନ ଫଳମୂଳ ,ଖଇ କୋରା ଭୋଗ ଓ ଧୂପ ଦୀପ ସଞ୍ଜ ଦେଇ ମହିଳା ମାନେ ପୂଜା କରିଥାନ୍ତି । ଏହି ପରମ୍ପରାକୁ କୁମ୍ଭାକର ପରିବାର ପକ୍ଷରୁ ଏବେ ବି ବଞ୍ଚାଇ ରଖିଛନ୍ତି । କୁମ୍ଭାର ପରିବାରର ତାଙ୍କ କୁଳ ଦେବତା ରୁଦ୍ରପାଳ ଓ ରତ୍ନେସ୍ୱରୀ ଙ୍କ ପ୍ରତିମୃତ୍ତି ଙ୍କ ସହିତ ଗଣେଶ ପୂଜା ପାଇଥାନ୍ତି । ସତ୍ୟବାଦୀ ବ୍ଲକର ଆନନ୍ଦ ପୁର, ରାୟପୁର ବଡବସନ୍ତ ,ପାରେକେଣା କେତକୀ ପାଟଣା ,ମହାବଳ ପଡା, ବୁଧେଇ ,ଆଳସରଙ୍ଗ, ନରେନ୍ଦ୍ରପୁର ଓ ପୋଡଙ୍ଗସାହି ଆଦି ଗ୍ରାମରେ ଏହି ପର୍ବ ପାଳନ କରାଯାଉଛି । ପ୍ରତ୍ୟକ ଦିନ ସନ୍ଧ୍ୟାରେ ଭଜନ ,କୀର୍ତନ, ତ୍ରିନାଥ ମେଳା ଗୋଟିପୁଅ ନାଚ ଇତ୍ୟାଦି ହେଉଥିବା ଦେଖିବାକୁ ମିଳୁଛି. ବଳପୁର ପଞ୍ଚାୟତ ଆନନ୍ଦ ପୁର ଗ୍ରାମ ମୁଦୁଲି ସାହିର ଯୁବଗୋଷ୍ଟି ସୁଦାମ ମୁଦୁଲି ,ସମ୍ଭୁମୁଦୁଲି ,ଅକ୍ଷୟମୁଦୁଲି ପ୍ରମୁଖ ଅନେକ ଯୁବଗୋଷ୍ଟି ଆଜକୁ ଅନେକ ବର୍ଷ ହେବ ପାଳନ କରିଆସୁଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୧୧/୨୦୨୨---୯,୧୦ Sakhigopal News,30/11/2022
କୁମ୍ଭକାର ପରିବାର ପକ୍ଷରୁ କୁରାଳ ପର୍ବ ପାଳନ
Reviewed by sakhigopal news
on
07:33
Rating: 5
Reviewed by sakhigopal news
on
07:33
Rating: 5




