ads

Breaking News

ମୋ ସେବାକେନ୍ଦ୍ର ସହାୟତାରେ କୃଷି କର୍ମଶାଳା ଅନୁଷ୍ଠିତ


ରାଇକିଆ ---କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କୃଷୀ ବିଭାଗ କାର୍ଯ୍ୟାଳୟ ପରିସରରେ ମୋ ସେବାକେନ୍ଦ୍ର ତରଫରୁ ଏକ କୃଷି ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷିମାନଙ୍କ ହିତ ଉଦେଶ୍ୟରେ ବିନା ଶୁଳକରେ ସୁବିଧା,ସହଜରେ କୃଷକ ରେଜିଷ୍ଟେସନ କାର୍ଡ ପାଇପାରିବେ । ରାଜ୍ୟସରକାରଙ୍କ ପ୍ରତି ପଞ୍ଚାୟତରେ ଥିବା ମୋ ସେବାକେନ୍ଦ୍ର ମାଧ୍ୟମରେ ଚାଷୀମାନେ ନାମ ପଞ୍ଜିକରଣ  କରିବା ପାଇଁ ଡିସେମ୍ବର ୩୧ତାରିଖ ଧାଯ୍ୟ କରିଛନ୍ତି ରାଜ୍ୟ ସରକାର ।ଏହି ତାରିଖ ସୁଧା ସମସ୍ତ ଚାଷୀ ନାମ ପଞ୍ଜିକରଣ କରିବାକୁ ଏକ ସଚେତନତା କାଯ୍ୟକ୍ରମ ରାଇକିଆ କୃଷୀବିଭାଗ ପରିସରରେ ଅନୁଷ୍ଠିତ ହୋଇଥିଲା ।ଏହି କାଯ୍ୟକ୍ରମରେ ,କନ୍ଧମାଳ ଜିଲ୍ଲା ମୋ ସେବାକେନ୍ଦ୍ର ଡିଏମ ଜିତେନ୍ଦ୍ର କୁମାର ସାହୁ,ସହକାରୀ କୃଷୀ ଅଧିକାରୀ ସୂଦୀପ୍ତା ପ୍ରଧାନ ସମେତ ପ୍ରତ୍ୟକ ପଞ୍ଚାୟତର ମୋ ସେବାକେନ୍ଦ୍ରର  ପରିଚାଳକ ମାନେ ଉପସ୍ଥିତ ଥିଲେ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୧/୧୧/୨୦୨୨---୮,୪୦ Sakhigopal News,21/11/2022

ads

Blog Archive

Popular Posts