ads

Breaking News

ଶିକ୍ଷକ ଅଭାବକୁ ନେଇ ସ୍କୁଲ ସମ୍ମୁଖ ରେ ଧାରଣା; ଛାତ୍ରଛାତ୍ରୀ ଅସୁସ୍ଥ , ମେଡିକାଲ ରେ ଭର୍ତ୍ତି




ନୟାଗଡ଼--- ବିଦ୍ୟାଳୟ ରେ ଶିକ୍ଷାଦାନ ପାଇଁ ସରକାର ଶିକ୍ଷକ ନିଯୁକ୍ତି କରୁଥିବାର ଡିଣ୍ଡିମ ପିଟୁ ଥିବାବେଳେ ସରକାରଙ୍କ ଘୋଷଣା ଏବେ ପମ୍ପା ମାଠିଆ ସଦୃଶ ହୋଇଛି । ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆଗରେ ଧାରଣାରେ ବସିବାକୁ ବାଧ୍ୟ ହେଉଛନ୍ତି।ଏହିଧାରଣା ରେ ବସିବା ଯୋଗୁ ପିଲା ମଧ୍ୟ ଅସୁସ୍ଥ ହୋଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡ଼ିକାଲ ଯାଇଛନ୍ତି। ଏବେ ଗଣଶିକ୍ଷା ବିଭାଗ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି। ଶିକ୍ଷକ ଅଭାବ ପୂରଣ ପାଇଁ ଗ୍ରାମବାସୀ ଙ୍କ ସ୍କୁଲ ଆଗରେ ଧାରଣା । ଘଟଣା ଦେଖିବାକୁ ମିଳିଛି ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବାଣପୁର ୟୁଜିଏ ମଇସ୍କୁଲ ।100ବର୍ଷ ର ଏହି ସ୍କୁଲ ଟି ରେ 350ରୁ ଉର୍ଦ୍ଧ ପିଲା ପାଠ ପଢ଼ୁଥିବା ବେଳେ ମାତ୍ର 7ଜଣ ଶିକ୍ଷକ ରହିଛନ୍ତି । ତେବେ କମ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ପାଠ ପଢ଼ାରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ କୁ ବହୁବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ ନ କରିବା ଯୋଗୁଁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ସ୍କୁଲ ରେ ତାଲା ପକାଇ ଧାରଣା ଦେଇଥିବା କହିଛନ୍ତି । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ରେ ବସିରହିବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୫/୧୧/୨୦୨୨----୯,୪୦ Sakhigopal News,25/11/2022

ads

Blog Archive

Popular Posts