ads

Breaking News

ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପରିସରରେ ମାତୃ ସମ୍ମିଳନୀ

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପରିସରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରତିନିଧି ଅମିୟ କୁମାର ମେହେର ଯୋଗ ଦେଇଥିଲେ। ମୁଖ୍ୟବକ୍ତା  ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁନୀଲ ଭିତରିଆ ଓ ସମ୍ମାନୀତ ଅତିଥି ଭାବେ ହରି ପ୍ରଧାନ, ଶୈଳଭାମା ଭୋଇ ଯୋଗ ଦେଇଥିଲେ।ପ୍ରଥମେ ଅତିଥି ମାନେ ଭାରତ ମାତା, ସରସ୍ଵତୀ ଓ ଗଣେଶଙ୍କ ପ୍ରତି ଛବି ନିକଟରେ ପ୍ରଦିପ ପ୍ରଜ୍ବଳନ  କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅତିଥି ମାନେ ଛାତ୍ରଛାତ୍ରୀ  ମାନଙ୍କ ଉପରେ ମାଁ ମାନଙ୍କ ର  କର୍ତବ୍ୟ, ଦାୟିତ୍ଵ ଓ ଶିକ୍ଷା କ୍ଷେତ୍ର ଉପରେ ବକ୍ତବ୍ୟ ରଖିଥିଲେ। ଏହି ସଭା କୁ ପରିଚାଳନା କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଲତାଗିରୀ ନଈ। ଛାତ୍ରଛାତ୍ରୀ ମାନେ ଆରମ୍ଭ ଓ ଶେଷ ସଂଗୀତ ଗାନ କରି ଥିଲେ।ଏଥିରେ  ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଗୁରୁଜୀ ନାରାୟଣ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୧୧/୨୦୨୨---୧୨,୨୫ Sakhigopal News,19/11/2022

ads

Blog Archive

Popular Posts