ads

Breaking News

ଜଗନ୍ନାଥ ପ୍ରସାଦ ଥାନା ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ଭଞ୍ଜନଗର--- ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବି.ଡିପୁର ଗ୍ରାମ ପଞ୍ଚାୟତ ବୈଠକ ଗୃହ ରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ପଞ୍ଚାୟତର ତୃତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନା ଗମନ ଗ୍ରାମ୍ୟ ଜଳ, ପରିମଳ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକ ର ଦ୍ୱତୀୟ ପ୍ରଯ୍ୟାୟ ରେ ଦିବା ୧୧ ଘଣ୍ଟ ୩୦ ମିନିଟ ସମୟ ରେ ଜଗନ୍ନାଥ ପ୍ରସାଦ ଥାନା ଆମ ପୋଲିସ ସମିତି ପକ୍ଷରୁ ଆଇ.ଆଇ.ସି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗୁଣି ଗାରେଣି,ଖଟବିଦ୍ୟା,ଭୁତପ୍ରେତ, ସମାଜ ରେ ଘଟୁଥିବା ସାମାଜିକ ବାସନ୍ଦ ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତି ସଭ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାରାଣୀ ବାରିକ,ନାଏବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ,ଯୋଗାଣ ସହାଇକା ଶ୍ରୀମତୀ ରଶ୍ମିତା ସାହୁ,ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ,ଏ.ସ.ଆଇ ଶ୍ରୀ ଚନ୍ଦ୍ର ଶେଖର ବେହେରା, ଶ୍ରୀ ସୁଶାନ୍ତ ପ୍ରଧାନ ଯୋଗଦେଇ ଥିଲେ। ଜଗନ୍ନାଥ ପ୍ରସାଦ ଥାନ ର ଭାରପ୍ରାପ୍ତ ଆଇ.ଆଇ.ସି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସ୍ୱାଇଁ ମହିଳା ଗ୍ରୁପ ମା ମାନଙ୍କୁ କହିଲେ ଯେ ଆମ ଘର ର ପିଲା ମାନଙ୍କୁ ବାଇକ୍ ଚଳାଇବା ସମୟର ହେଲମେଟ୍ ପିନ୍ଧିବା ଦୃତ ଗତିରେ ଗାଡି ଚଳେଇବା ନାହିଁ । ବାଇକ୍ ଗାଡ଼ିରେ କେବଳ ଦୁଇ ଜଣ ଲୋକ ଯାଇପାରିବେ । ଅଧିକ ଲୋକ ଯାଇପାରିବେ ନାହିଁ ବୋଲି କହିଥିଲେ । ସାଇବର ଠକାମୀରୁ ସାବଧାନ ଅଜଣା କେହି ଯଦି ଆପଣଙ୍କ ଫୋନ୍ ନମ୍ବରକୁ ଫୋନ୍ କରେ ଏବଂ ଫୋନ ମାଧ୍ୟମରେ କୌଣସି ଓଟିପି ମାଗନ୍ତି ତା ହେଲେ ସିଧାସଳଖ ମନା କରନ୍ତୁ,ଗୁଣି ଗାରେଡ଼ି ,ଭୁତ,ପ୍ରେତ ସାମାଜିକ ବାସନ୍ଦ ଅନ୍ଧବିଶ୍ୱାସ, କୁସଂସ୍କାର ଠାରୁ ଦୁରେଇ ରହିବା । ପୋଲିସ ପ୍ରଶାସନ ଏବଂ ସାଧାରଣ ଜନତା ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଓ ଭୟଭୀତ ନ ହୋଇ ଭାଇଚାରାର ସମ୍ପର୍କ ରଖିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ ।ଜଗନ୍ନାଥପ୍ରସାଦ ବ୍ଲକରେ ପ୍ରଥମ କରି ବି.ଡିପୁର ଗ୍ରାମପଞ୍ଚାୟତ ରେ ସିସି କ୍ୟାମେରା ସଂଯୋଗୀକରଣ କରିଥିବାରୁ ଏହାକୁ ଅନୁସରଣ କରି ଅନ୍ୟ ପଞ୍ଚାୟତ ଗୁଡିକ ସିସି କ୍ୟାମେରା ସଂଯୋଗୀକରଣ କରିଥିବାରୁ ଜଗନ୍ନାଥ ପ୍ରସାଦ ଆଇ.ଆଇ.ସି  ଜଗନ୍ନାଥ ପ୍ରସାଦ ବି.ଡି.ଓ, ଓ ବି.ଡିଓ ପୁର ପଂଚାୟତ ସରପଞ୍ଚ, ସମିତି ସଭ୍ୟା ଓ କନ୍ଧମାଳ ସାଂସଦ ପ୍ରତିନିଧି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ ଥିଲେ । କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ନିଜର ବକ୍ତବ୍ୟ ରେ କହିଥିଲେ ଯେ ବର୍ତମାନ ଆଧୁନିକ ଯୁଗ ଗୁଣି ଗାରେଡ଼ି,ଭୁତ,ପ୍ରେତ ଏସବୁ ଅନ୍ଧବିଶ୍ୱାସ, ଏହି ସବୁରୁ ଦୂରେଇ ରହିବା ଭଲ । ଆଜି କାଲି ଆଧୁନିକ ଯୁଗରେ ଲୋକ ଚନ୍ଦ୍ର ପୃଷ୍ଠ କୁ ଗଲେଣି, କୋଭିଡି ମହାମାରୀ ଆସିଲା ଲୋକେ ଯଦି ଗୁଣିଆ କୁ ଭରଷା କରିଥାନ୍ତେ ତାହାଲେ ଆଜି ଆହୁରି କୋଟି କୋଟି ଲୋକଙ୍କ ଜୀବନ ହାନି ଘଟିଥାନ୍ତା । ଡାକ୍ତରୀ କ୍ଷେତ୍ର ରେ ବିଜ୍ଞାନ ର ଉନ୍ନତି ଘଟି ଥିବାରୁ କୋଭିଡି ମହାମାରୀ କୁ ପ୍ରତିହତ କରିବା ପାଇଁ ବୈଜ୍ଞାନିକ ମାନେ ବିଭିନ୍ନ ଗବେଷଣା କରି କୋଭିଡି ଟିକା ସାଙ୍ଗେ, ସଙ୍ଗେ ବାହାର କଲେ । ତେଣୁ ବିଜ୍ଞାନ ଦ୍ୱରା ଆଜି ସମ୍ଭବ ହୋଇଛି ଏହିଁ ସଚେତନତା ବାର୍ତ୍ତା ଗାଁ ର ପ୍ରତ୍ୟେକ ଘରେ ଘରେ ପହଂଚାଇବ ପାଇଁ ପଞ୍ଚାୟତ ସମସ୍ତ ଆଶା ଓ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର, ଏମବିକେ,ସିଆରପି ମାନକୁ ପରାମର୍ଶ ଦେଇଥିଲେ। ପରିଶେଷରେ ସାଂସଦ ଙ୍କ ପ୍ରତିନିଧି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ୍ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୨---୮,୨୫ Sakhigopal News,18/11/2022

ads

Blog Archive

Popular Posts