ads

Breaking News

ଶନିବାର ରାତିରେ ଦଶପଲ୍ଲା ର ବିଭିନ୍ନ ସ୍ଥାନରୁ ଚୋରି


ନୟାଗଡ ---- ଶନିବାର ରାତିରେ ଦଶପଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହେଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣା ଯାଏ ଦଶପଲ୍ଲା ଥାନା ଯୋଗିବନ୍ଧ ଠାରେ ଥିବା ସୁନିଲ କୁମାର ପାତ୍ରଙ୍କ ସିମେଣ୍ଟ ଗୋଦାମରୁ ଚୋରି ହେଇଥିବା ବେଳେ ଚୋରମାନେ ଗୋଦାମ ଗ୍ରୀଲ ଭାଙ୍ଗି ୧୦,୦୦୦ ଟଙ୍କା ଲୁଟି ନେଇଥିବା ବେଳେ ଡିହଗାଁ ବଜାର ରେ ଥିବା ଖଦାଳ ବିଶ୍ଵାଳଙ୍କ ର ଫର୍ଟିଲାଇଜର ଦୋକାନ ତାଲା ଭାଙ୍ଗି ବାକ୍ସ ରେ ଥିବା ଟଙ୍କା ଲୁଟ କରି ନେବାସହ ଦୋକାନ ରେ ଲାଗିଥିବା ସି ସି ଟିଭି ଡିଭିଆର ମଧ୍ୟ ଲୁଟି ନେଇଛନ୍ତି। ସେହିପରି ସେହି ବଜାର ରେ ଥିବା ସନ୍ତୋଷଙ୍କ ଦୋକାନ ତାଲା ଭାଙ୍ଗି ଚୋରମାନେ ୭୦୦୦ ଟଙ୍କା ଚୋରି କରି ନେଇଛନ୍ତି ଓ ମଧ୍ୟଖଣ୍ଡ ବଜାର ରେ ଥିବା ଅଭିମନ୍ୟୁ ପରିଡ଼ାଙ୍କ ଗୋ ଖାଦ୍ୟ ଦୋକାନ ତାଲା ଭାଙ୍ଗି ଚୋରମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ଦଶପଲ୍ଲା - ଗଣିଆ ରାସ୍ତାରେ ପଡ଼ୁଥିବା  ଏହି ଦୋକାନ ଗୁଡିକରୁ ଗୋଟିଏ ରାତିରେ ଚୋରି ହେବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।  ଏହା  ଆଲୋଚ୍ୟ ର ବିଷୟ ହୋଇଛି। ପୋଲିସ ପକ୍ଷରୁ ରାତ୍ରକାଳୀନ ପେଟ୍ରୋଳିଂ କୁ ଜୋରଦାର କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୧୧/୨୦୨୨---୯,୧୦ Sakhigopal News,20/11/2022

ads

Blog Archive

Popular Posts