ads

Breaking News

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ



ଖଣ୍ଡପଡ଼ା -----   ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଦଶପଲ୍ଲା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋଭାଯାତ୍ରା ସହ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଦଶପଲ୍ଲା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ (ଏନ ପି ଏସ) ର ସଭାପତି ପବିତ୍ର କୁମାର ସାହୁ ଓ ସମ୍ପାଦକ ଯୋଗେଶ୍ୱର ସାହୁ ଙ୍କ ନେତ୍ୱତରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ମହାବୀର ମନ୍ଦିର ଠାରେ ଏକତ୍ରିତ ହୋଇ ଏକ ଶୋଭଯାତ୍ରାରେ ଆସି ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର କର୍ମକର୍ତ୍ତା ମାନେ ଉଦବୋଧନ ଦେଇ ଦାବୀ ପୂରଣ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଘୋଷଣା କରିଥିଲେ। ପରେ ସଂଘ ପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ, ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣା ଙ୍କୁ ପ୍ରଦାନ କରିଥିଲେ। ଏହି ଦାବୀ ଗୁଡିକ ମଧ୍ୟରେ ୬ ବର୍ଷର ଠିକା ନିଯୁକ୍ତି ମୂଳ ଚାକିରି ସହ ଯୋଗ କରିବା, ୬ଗୋଟି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ବଦଳରେ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ଦାବୀ ଥିବା ଜଣାପଡିଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୧୧/୨୦୨୨----୯,୪୦ Sakhigopal News,20/11/2022

ads

Blog Archive

Popular Posts