ads

Breaking News

ଖଣ୍ଡପଡା ବ୍ଲକ ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

                                     
    ନୟାଗଡ଼ ---- ଆଦି ସକାଳ ସମୟରେ ଖଣ୍ଡପଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଜିଲ୍ଲାପାଳ ଶ୍ରୀ ସାହୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ। ସମୁଦାୟ ୧୯୧ ଗୋଟି ଅଭିଯୋଗ  ଫଳିକୃତ ହୋଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୧୭୩ ଟି ଅଭିଯୋଗ , ସାମୁହିକ ଗ୍ରାମ ବିବାଦ ୧ ଗୋଟି ର ଶୁଣାଣୀ କରାଯାଇ ସମୁଦାୟ ୬୯ ଗୋଟି କେସ ର ତତ୍କାଳୀନ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ  ୧୭ ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଂଜୁର କରାଯାଇଥିଲା। ଅବଶିଷ୍ଟ କେସ ଗୁଡିକୁ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା।                      ଏହି ଜନଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି , ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା - କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ , ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ , ଖଣ୍ଡପଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ଶିଶିର ସାୟ , ଡେପୁଟି କଲେକ୍ଟର (ଅଭିଯୋଗ) ଆୟୁଶୀ ମହାପାତ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଣ୍ଡପଡା , ତହସିଲଦାର ଖଣ୍ଡପଡା , ଜିଲ୍ଲାସ୍ତରୀୟ ପଦାଧିକାରୀ , ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡିକୁ ଶୁଣାଣୀ କରିବାରେ ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ସହଯୋଗ କରିଥିଲେ।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୧୧/୨୦୨୨---୮,୪୦   Sakhigopal News,1/11/2022

ads

Blog Archive

Popular Posts