ads

Breaking News

ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ



ସାକ୍ଷୀଗୋପାଳ----  ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁର ଉଚ୍ଚବିଦ୍ଯାଳୟର ୧୯୯୩ ମାଟ୍ରିକ ବ୍ଯାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ଯାଳୟର ପ୍ରଧାନଶିକ୍ଷକ ଯୋଗେଶ ଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯଅତିଥି ଭାବେ ତତ୍କାଳୀନ ପ୍ରଧାନଶିକ୍ଷକ ନବକିଶୋର ନନ୍ଦ, ସମ୍ମାନିତ ଅତିଥି ଭାବେ ତତ୍କାଳୀନ ଶିକ୍ଷକ ବିଜୟ ଚନ୍ଦ୍ର ମିଶ୍ର, ଶରତ କୁମାର ସାମନ୍ତରାୟ, ବାଉରୀବନ୍ଧୁ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ରଞ୍ଜିତା ପାଢ଼ୀ, ଶାରୀରିକ ଶିକ୍ଷକ ବିଜୟ କୁମାର ମହାପାତ୍ର, ଲକ୍ଷ୍ମୀଧର ରାଉତରାୟ ପ୍ରମୁଖ ଯୋଗଦେଇ ଥିଲେ। ଦୀର୍ଘ ୨୯ ବର୍ଷ ପରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ପରସ୍ପର ମଧ୍ଯରେ ଭାବ ଆଦାନପ୍ରଦାନ କରିଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ରାଜେଶ ମିଶ୍ର ସଭା ପରିଚାଳନା କରିଥିଲେ। ଦିଲୀପ ମିଶ୍ର, କାହ୍ନୁଚରଣ ଜେନା, ଦୁର୍ଯ୍ଯୋଧନ ସ୍ବାଇଁ, ସନ୍ତୋଷ ନନ୍ଦ ସହଯୋଗ କରିଥିଲେ। ବିରଞ୍ଚି ସାହୁ, ଶିବ ମିଶ୍ର, ବିଭୁଦତ୍ତ ପ୍ରଧାନ, କାରଣ ଭୋଇ, ସ୍ବୟଂପ୍ରଭା ମହାପାତ୍ର, ରଶ୍ମିତା ମିଶ୍ର, ବାସନ୍ତି ପ୍ରଧାନ, ବାସନ୍ତି ବରାଳ, ଅଞ୍ଜଳି ନନ୍ଦ, ସବିତା ବରାଳ, ଶାନ୍ତି ପ୍ରଧାନ, ଦୁଃଶାସନ ବରାଳ, ବ୍ରଜେନ୍ଦ୍ର ପ୍ରଧାନ, ଅଜିତ ମିଶ୍ର, ଲକ୍ଷ୍ମୀନାରାୟଣ ଷଡ଼ଙ୍ଗୀ ପ୍ରମୁଖ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୧/୨୦୨୨----୯,୧୦ Sakhigopal News,20/11/2022

ads

Blog Archive

Popular Posts