ads

Breaking News

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ




ଜଟଣୀ -- ବୁଧବାର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଲୋକନାଥ ମିଶ୍ରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ବିନୋଦ କୁମାର ଛୁଆଳ ସିଂହ ସମ୍ବର୍ଦ୍ଧନା ସଭା ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ମଙ୍ଗରାଜ ଯୋଗ ଦେଇ ଶିକ୍ଷା ହିଁ ଦେଶର ପରିଚୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରମେଶ ଚନ୍ଦ୍ର ଖଟେଇ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଜବାହରଲାଲ ସୁବୁଦ୍ଧି, ଲକ୍ଷ୍ମୀ ପ୍ରସାଦ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ବାରିକ, ଧିରେନ କୁମାର ସିଂହ, କବି ଦେବେନ୍ଦ୍ର କୁମାର ରଥ, ପ୍ରାକ୍ତନ ସିଆର ସିଂହ,ସରପଞ୍ଚ ମମତା ସାହୁ, ମୋ ସ୍କୁଲ ସଭାପତି ବାବାଜୀ ମଙ୍ଗରାଜ, ଚେୟାରମ୍ୟାନ ଅଜୟ କୁମାର ସ୍ୱାଇଁ ଆଦି ଯୋଗଦେଇ ଶିକ୍ଷା ପ୍ରତ୍ୟେକ ବ୍ୟକ୍ତିକୁ ମହାନ କରି ଅଞ୍ଚଳର ଅନ୍ଧକାରକୁ ଆଲୋକିତ କରି ସୁସମୃଦ୍ଧଙ୍କ ଜରିଆରେ କରିଥାଏ ବୋଲି ଅତିଥି ମାନେ କହିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ବୃନ୍ଦ ନୃତ୍ୟ ମାଧ୍ୟମରେ ସ୍ୱାଗତ ସଂଗୀତ ଗାନ ପରେ ଅତିଥି ପରିଚୟରେ ସୁଜାତା ରାଣୀ ଜେନା, ସଂଯୋଜନାରେ ସୁଦର୍ଶନ ସାହୁ, ସ୍ମରଣିକା ବରାଳ ଶୁଭ୍ରାଂଶୁ ଶତପଥୀ ଯୋଗଦେଇଥିବା ବେଳେ ସ୍ଵର୍ଣ୍ଣଲତା ଦଳବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧୫ ଟି ନୁର୍ତ୍ୟଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନେ ସାହସ୍ରାଧିକ ଅଙ୍ଗାରପଡା ବାସୀଙ୍କ ମନ ମୋହିଥଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧୧/୨୦୨୨---୯,୪୫ Sakhigopal News,30/11/2022

ads

Blog Archive

Popular Posts