ads

Breaking News

ଜମିବାଡ଼ି କୁ କେନ୍ଦ୍ର କରି ମହିଳାକୁ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ





ବଲାଙ୍ଗିର ----ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଆମ୍ବପାଲି ଗାଁର ଜଣେ ମହିଳାଙ୍କୁ ନିର୍ମମ ଭାବେ ମୁଣ୍ଡକୁ ଟାଙ୍ଗିଆ ଚୋଟ ମାରି ହତ୍ୟା  କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିବା ପରେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ଘଟଣା କୁ ନେଇ  ସଇଁନ୍ତଲା ଥାନା ଅଧିକାରୀ ଅଵନୀ ସାହୁ,ଏସଏସଆଇ ସଂଗୀତା ବେଙ୍କ, ପ୍ରଶ୍ନ ନାୟକ,ଥବିର ମହାରଣା ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ କରିଛି।ପୂର୍ବ ଶତ୍ରୁତାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ମୁଣ୍ଡରେ ୫ ଟି ଚୋଟ ମଧ୍ୟ ଲାଗିଛି।
। ସୂଚନା ମତେ, ଆମ୍ବପାଲି ଗାଁର ଜାନକୀ ମହାନନ୍ଦ(୪୮) ବିଲକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ। ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ବିଲରେ ପାଇ ତାଙ୍କୁ ପରିବାର ଲେକେ ସଇଁତଲା ଡାକ୍ତରଖାନାକୁ ନେଇଥିଲେ।ହେଲେ  ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା କରିଥିବା ଅଭିଯୁକ୍ତ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଧରା ପଡି ନାହାନ୍ତି। କିଏ କିଏ ଏହି ହତ୍ୟା ରେ ସମ୍ପୃକ୍ତ ଅଛନ୍ତି ନିଛାଟିଆ ଦେଖି କାହିଁକି ହତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ। ହତ୍ୟା ହୋଇ ଥିବା ଜାନକୀ ଙ୍କ ପୁଅ ପଦ୍ମ ନାଭ ମହାନନ୍ଦ ଏନେଇ ସଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨/୧୧/୨୦୨୨---୧୦,୪୦ Sakhigopal News,2/11/2022

ads

Blog Archive

Popular Posts