ads

Breaking News

ଅଁଳାନବମୀ ଯାତ୍ରା ପାଇଁ ସାକ୍ଷୀଗୋପାଳ ମନ୍ଦିର ରେ ନୀତି ନିର୍ଘଣ୍ଟ ; ଧାଡ଼ି ରେ ଦର୍ଶନ କରିବେ ଭକ୍ତ ,ଦଶଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା

 
ସାକ୍ଷୀଗୋପାଳ---+ ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ସାକ୍ଷୀଗୋପାଳର ଅଁଳାନବମୀ ଯାତ୍ରା। ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ମହାମାରୀ ଯୋଗୁଁ ଦୁଇ ବର୍ଷ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ ପାଇନାହାନ୍ତି । ସୁଚନା ଯୋଗ୍ୟ ଯେ ମା ରାଧାରାଣୀ ଙ୍କ ପାଦ ଲୁଗା ରେ ଲୁଚି କି ରହିଥାଏ । ପବିତ୍ର ମହାକାର୍ତ୍ତିକ ମାସ ନବମୀ ତିଥିରେ ମା ଙ୍କ ପାଦ ଦର୍ଶନ କରିବାର ସୁଯୋଗ ମିଳୁଥିବା ଯୋଗୁ ଭକ୍ତ ମାନଙ୍କ ଗହଳି ଲାଗିଥାଏ। ଅନ୍ୟ ପକ୍ଷରେ ସାକ୍ଷୀଗୋପିନାଥ ଦେବ ଙ୍କ ର ନଟବର ବେଶ ଦର୍ଶନ ମିଳିଥାଏ। ଏହାକୁ ନଜର କରି ସେବାୟତସଂଘ ଓ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ପୂର୍ବାହ୍ନରେ ୧ଟାରେ ମନ୍ଦିର ଦ୍ବାରା ଫିଟାଯାଇ ଠାକୁର ଙ୍କ ର ସମସ୍ତ ନୀତି କାନ୍ତି କରାଯିବ। ପ୍ରଥମେ ସେବାୟତ ଓ ମନ୍ଦିର କର୍ମଚାରୀ ମାନଙ୍କ ପରିବାର ଲୋକେ ଦର୍ଶନ କରିବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣମେଲା ରହିବ। ଏଥିପାଇଁ ମନ୍ଦିର ରଙ୍ଗବେରଙ୍ଗ ଫୁଲ ତାଳରେ ସଜିତ ହେବା ସହିତ ରଙ୍ଗବେରଙ୍ଗି ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଭକ୍ତ ମାନେ ଦୋଳବେଦୀ ଠାରୁ ଧାଡ଼ିରେ ଯାଇ ଠାକୁର ଙ୍କୁ ଦର୍ଶନ କରି ପାରିବେ । ଆଜି ଠାରୁ ବିଭିନ୍ନ ଉଠାଦୋକାନି ମାନଙ୍କର ଗହଳି ଲାଗିଲାଣି। ପୋଲିସ ପକ୍ଷରୁ ସମସ୍ତ ଛକ ଓ ପ୍ରବେଶ ପଥରେ ପୋଲିସ ମୁତୟନ ହୋଇଥିବା ର ଦେଖାଯାଇଛି। ଏଥିପାଇଁ ସାକ୍ଷୀଗୋପାଳ ଚଳଚଞ୍ଚଳ ହୋଇପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୧/୨୦୨୨---୮,୨୦ Sakhigopal News,1/11/2022

ads

Blog Archive

Popular Posts