ବନ୍ୟା କ୍ଷତିଗସ୍ତଙ୍କୁ ସହାୟତା ନମିଳିଲେ ଆନ୍ଦୋଳନ କରିବ ନିର୍ମାଣ କୃଷକ ସଂଗଠନ
ଜଗତସିଂହପୁର----- ନବନିର୍ମାଣ କୃଷକ ସଂଗଠନ ତରଫରୁ ଆଜି ବନ୍ୟା କ୍ଷତିଗସ୍ତ ମାନଙ୍କୁ ସହାୟତା ପ୍ରଦାନ ଦାବୀରେ ତହସିଲଦାର ସୁଜାତା ପାତ୍ରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ତିର୍ତ୍ତୋଲ ତହସିଲ ଅଞ୍ଚଳରେ ପ୍ରବାହିତ ମହନଦୀ, ପାଇକା ଓ ହଁସୁଆ ଅବବାହିକାର ବନ୍ୟା କ୍ଷତିଗସ୍ତ ଚାଷିଙ୍କୁ ଫସଲହାନୀ ସହାୟତା ସହ ଋଣ ଛାଡ ଓ ହଁସୁଆରୁ ସ୍ଥାୟୀ ଜଳ ନିସ୍କାସନ ପାଇଁ ଏଥିରେ ଉଲ୍ଲେଖ କରାଯାଇଛି। ଏହା ପୁର୍ବରୁ ସଙ୍ଗଠନର ଏକ ବୈଠକ ସ୍ଥାନୀୟ ମଣ୍ଡାବଣ ମଠରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ନିତ୍ୟାନନ୍ଦ ସାହୁ ସଭାପତିତ୍ବ କରିଥିଲେ। ରାଜ୍ୟ ସହସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ଜିଲା ସଂଯୋଜକ ଦୁର୍ଗା ଚରଣ ସ୍ବାଇଁ, ଜିଲା କମିଟି ସଭ୍ୟ ବାବାଜୀ ଜେନା, ବ୍ଲକ ସଂଯୋଜକ ମଙ୍ଗୁଳି ଚରଣ ରାଉତରାୟ, ସହସଂଯୋଜକ ଅଶୋକ ବାରିକ, ଉପଦେଷ୍ଟା ଶରତ ଚନ୍ଦ୍ର ମଲ୍ଲ, ରାଜକିଶୋର ଦାସ, ଶରତ ଚନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ଅଧିର ସ୍ବାଇଁ, ରଞ୍ଜନ ବିଶ୍ବାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଗତ ଫନି ବାତ୍ୟା, ଅମ୍ଫନ ଓ ବୁଲବୁଲ୍ ରେ କ୍ଷତିଗସ୍ତଙ୍କୁ ଏପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇନଥିବାରୁ ଆଗାମୀ ଦିନରେ ବ୍ଲକ, ତହସିଲ ଓ କୃଷିକାର୍ଯ୍ୟାଳୟ ଘେରାଉ ସହ ରାଜରାସ୍ତାରେ ସଙ୍ଗଠନ ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛି। କ୍ଷୟକ୍ଷତି ଆକଳନରେ ସରକାରୀ ଅଧିକାରୀ ମାନେ ଚାଷିଙ୍କ ପ୍ରତି ବୈମାତୃକ ମନଭାବର ନିନ୍ଦା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନିମାଇଁ ମଲ୍ଲ, ଉତ୍ତମ ମହାନ୍ତି, ମାୟାଧର ସାହୁ, ସଞ୍ଜୟ ନାୟକ, ଅକ୍ଷୟ ଦାସ, ଗୌର ସ୍ବାଇଁ, ପ୍ରଫୁଲ୍ଲ ରାଉତ, ଦେବଦତ୍ତ ସାହୁ, ଅନିଲ ମହାପାତ୍ର, ସନ୍ତୋଷ ନାଥ, ଇଶ୍ବର ସୂତାର, ମନୋଜ ପଟ୍ଟନାୟକ, ସାରଦା ନାୟକ, ରମେଶ ସାହୁ, ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର



