କୁକୁଡ଼ା ଫାର୍ମ ଅଗ୍ନିକାଣ୍ଡ ଘଟଣା ; ଆସାମୀକୁ ଗିରଫ କରୁନି ପୋଲିସ
ଜଗତସିଂହପୁର---ରାତି ଅଧରେ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟଣାକୁ-୧୮ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ କୌଣସି ଆସାମୀକୁ ଗିରଫ କରିନାହିଁ ପୋଲିସ । ଏଭଳି ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦ ପୁର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ରାମଚଣ୍ଡୀ ପଡା-୧୬ନଂ ୱାଡ଼ର ପୂର୍ଣ୍ଣାନନ୍ଦ ସ୍ଵାଇଁ । ତାଙ୍କ କହିବା ଅନୁଯାୟୀ ଚଳିତ ମାସ ୨୮ ତାରିଖ ରାତି ପ୍ରାୟ ୨ ଘଟିକା ସମୟରେ ପୂର୍ଣ୍ଣାନନ୍ଦ ସ୍ବାଇଁଙ୍କ ଘର ପଛପଟେ ଥିବା କୁକୁଡ଼ା ଫାର୍ମକୁ କେହି ଦୁର୍ବୁତ ନିଆଁ ଲଗାଇ ଦେଇଥିଲେ ।
ପୂର୍ଣ୍ଣାନନ୍ଦ ସ୍ଥାନୀୟ ଅଭୟଚାନ୍ଦ ପୁର ଥାନାରେ ଅଭିଯୋଗ କରିଥିଲେ । ପୂର୍ଣ୍ଣାନନ୍ଦ ସ୍ଵାଇଁଙ୍କ ଅଭିଯୋଗ ଅନୁଯାୟୀ ବିଗତ ଦିନରେ ତାଙ୍କ ବୋହୂ ସସ୍ମିତା ସ୍ବାଇଁ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ନୂଆଗାଁ ମହିଳା ଗୃପରୁ କିଛି ଅର୍ଥ ଋଣ ଆକାରରେ ଆଣିଥିଲେ । ତେବେ କିଛି ଋଣ ଶୁଝିଥିବା ବେଳେ ଅବଶିଷ୍ଟ କିଛି ବକେୟା ଋଣ ଥିବାରୁ ମହିଳା ଗୃପର ସଦସ୍ୟ ମାନେ ପୂର୍ଣ୍ଣାନନ୍ଦଙ୍କ ପୁଅ ,ବୋହୁଙ୍କୁ ଡାକି ନେଇ ମାଡ଼ ମାରିବା ସହ ଅଟକ ରଖିଥିବା ସମୟରେ ସ୍ଥାନୀୟ ଅଭୟଚାନ୍ଦ ପୁର ପୋଲିସ ଉଦ୍ଧାର କରିଥିଲା ।
ଗୃପ ବୈଠକରେ ପୂର୍ଣ୍ଣାନନ୍ଦଙ୍କୁ କିଛି ସଦସ୍ୟ ଧମକ ଦେଇଥିବା ବେଳେ ରାତି ଅଧିଆ ତାଙ୍କ କୁକୁଡ଼ା ଫାର୍ମ ପୋଡ଼ିଦେଇଥିବା ତିନି ଜଣ ଅଭିଯୁକ୍ତଙ୍କ ନାମରେ ପୂର୍ଣ୍ଣାନନ୍ଦ ଅଭିଯୋଗ କରିଥିଲେ । ହେଲେ ଏପର୍ଯ୍ୟନ୍ତ କୋୖଣସି ଆସାମୀକୁ ଅଭୟଚାନ୍ଦ ପୁର ପୋଲିସ ଗିରଫ କରିନଥିବାରୁ ଆଗାମୀ ଦିନରେ ପୂର୍ଣ୍ଣାନନ୍ଦ ଥାନା ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର





