ନୂତନ ଜିଲ୍ଲା ପାଳ ଙ୍କ ବରୀ ବନ୍ୟା ଅଞ୍ଚଳ ପରିଦର୍ଶନ
ବରୀ-ଯାଜପୁର ଜିଲ୍ଲାରେ ନୂତନ କରି ଯୋଗ ଦେଇଥିବା ଜିଲ୍ଲା ପାଳ ଚକ୍ରବତୀ ସିଂ ରାଠୋର ଆଜି ବରୀ ବନ୍ୟା ଅଞ୍ଚଳ ପରି ଦର୍ଶନ କରିଛନ୍ତି। ଚଳିତ ବନ୍ୟାରେ ଭାଙ୍ଗିଯାଇଥିବା ନଦୀ ବନ୍ଧର ଘାଇ ସନ୍ଥନ ଓ ଅରୁଆଳ ଘାଇ ବୁଲି ଦେଖିଥିଲେ। ଜିଲ୍ଲାପାଳଙ୍କ ବରୀ ଗ୍ରସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ),ଅକ୍ଷୟ କୁମାର ମଲ୍ଲିକ, ବରୀ ତହସିଲଦାର ସରୋଜ କାନ୍ତ ନାୟକ,ଜାରକା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ, ଯାଜପୁର ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ,ବରୀ ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା ଓ ବିଭିନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବରୀ ରୁ ଦର୍ଶନ ବେହେରା




