ସତ୍ୟବାଦୀରେ ବିଶ୍ୱକର୍ମା ପୂଜା ପାଳିତ
ସାକ୍ଷୀଗୋପାଳ ------ରାଜ୍ୟରେ କରୋନା ଯୋଗୁ ଏ ବର୍ଷ ପାର୍ବଣ ଋତୁ ଫିକା ପଡିଯାଇଛି । ଆଜି ହେଉଛି ଦେବଶିଳ୍ପୀଙ୍କ ପୂଜା । ସତ୍ୟବାଦୀରେ ବିଦ୍ୟୁତ ବିଭାଗ, ପୂର୍ତ୍ତବିଭାଗ, କଳ କାରଖାନା, ମହାରଣା ମାନେ ବିଶ୍ୱକର୍ମାଙ୍କୁ ମହାଆଡମ୍ବରରେ ପୂଜା କରିଥାନ୍ତି । ମାତ୍ର ଏବର୍ଷ କରୋନାଯୋଗୁ ସବୁ ପିକା ପଡିଯାଇଛି । ଏପରିକି ଅନେକ ସ୍ଥାନରେ କେବଳ ପୂଜାରେ ସୀମିତି ରହିଥିବା ଦେଖିବାକୁ ମିଳିଛି । ସତ୍ୟବାଦୀ ଟିପିସିଓଏଲଡି କମ୍ପାନୀ ପରିସରରେ ପାରମ୍ପାରିକ ଅନୁଯାୟୀ ବିଭାଗୀୟ ନଂ୧ ଜେଇ ଅଭିତ ମଙ୍ଗରାଜ ପୂଜାରେ କର୍ତ୍ତା ଭାବେ କାର୍ଯ୍ୟ ତୁଳାଇଥିବା ବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପୂଜାରେ ଜେଇ ମନୋଜ ନାୟକ କର୍ତ୍ତାଭାବେ ପୂଜା କାର୍ଯ୍ୟ କରିଥିଲେ । ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନେ ପୁଷ୍ପାଞ୍ଜଳି ଦେଇଥିବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି




