ଡେଲାଙ୍ଗରେ୧୦ ପଜେଟିଭ୍ ଚିହ୍ନଟ ; ମହାମାରୀ କରୋନା ବ୍ୟାପୁଛି
ଡେଲାଙ୍ଗ ----- ପୁରୀ ଜିଲ୍ଲାରେ କରୋନା ମହାମାରୀ ଦିନ କୁ ଦିନ ଉଗ୍ର ରୁପ ଧାରଣ କରିବାରେ ଲାଗିଛି । କମିବା ର ନା ଗନ୍ଧ ଧରୁନି । ଏହି ମହାମାରୀ ନିୟନ୍ତ୍ରଣ ପାଇଁ ଦେଶ ଓ ବିଦେଶରେ ବାହାରି ପାରୁନି ଔଷଧ କି ଟୀକା । ସଚେତନ ହିଁ ବଞ୍ଚିବାର ମାଧ୍ୟମ ପାଲିଟିଛି । ମାତ୍ର କେତେକ ଜନ ସାଧାରଣ କିଛି ମାନୁ ନ ଥିବା ଜଣାପଡିଛି । ଯାହା ଫଳରେକି ମହାମାରୀ କରୋନା ଗ୍ରାମକୁ ଗ୍ରାମ ବ୍ୟାପିବାରେ ଲାଗିଛି । ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବୁଧବାର୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେଥିମଧ୍ୟରୁ ଗୁଆଳିପଡ ।ପଞ୍ଚାୟତ ହୁମର ଗ୍ରାମରୁ ୪ଜଣ,ବୋଳକଣା ଗ୍ରାମରୁ ଜଣେ,ଘନିପୁର,ଡେଲାଙ୍ଗ,ଜେନାପୁର,କଲ୍ୟାଣପୁର ଓ ଚାଇଁପୁର ରୁ ଜଣେ ଲେଖାଏଁ ମୋଟ ୧୦ଜଣ କରୋନା ପଜେଟିଭ ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ହୋମ କ୍ୱାରାଣ୍ଟାଇନିରେ ରହିବା ପାଇଁ କୁହାଯାଇଛି । କୋଭିଡ-୧୯ ନିୟମ ମାନି ଚଳିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବ୍ଲକରେ କରୋନା ଚିହ୍ନଟ ସଂଖ୍ୟା ମୋଟ ୨୦୧ରେ ପହଞ୍ଚିଥିବା ବେଳେ ସୁସ୍ଥ ସଂଖ୍ୟା ୧୪୦ରେ ରହିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


