ads

Breaking News

ବଉଳଝୋଳି ଗ୍ରାମରେ ବରଗଛ ସୁରକ୍ଷା ସମିତି ପକ୍ଷରୁ ବୃକ୍ଷ ରୋପଣ


ଧରାକୋଟ---  କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ବଉଳଝୋଳି ଗ୍ରାମର କେନାଲ ପାର୍ଶ୍ୱରେ ବରଗଛ ସୁରକ୍ଷା ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଛ ସୁରକ୍ଷା ସମିତି ସଭାପତି ଲୋକନାଥ ପରିଡାଙ୍କ ତତ୍ୱାବଧାନରେ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ଶ୍ରୀ ସୁବାଷ ମହାରଣା, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର,   ରାଜ୍ୟ ସହ ସମ୍ପାଦକ ଡ଼ଃ ସମୀର କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ ବି. ପୁଷ୍ପାଞ୍ଜଳି, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ,, ଗାୟତ୍ରୀ ପରିବାର ଉପଜୋନ ସଂଯୋଯୋଗ ବୃନ୍ଦାବନ ମିଶ୍ର, ଓ ଚିତ୍ତରଞ୍ଜନ ବିଷୋୟୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ୧୦୮ ବରଗଛ ଓ ଉସ୍ତଗଛ ସହ ବେଲ,ଅଂଳା,ଡାଳିମ୍ବ, ନିମ୍ବ ବୃକ୍ଷ ଆଦି ରୋପଣ କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ବ୍ଳକରେ ମଧ୍ୟ ୧୦୦୮ ବରଗଛ ଓ ଉସ୍ତଗଛ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଛ ସୁରକ୍ଷା ସମିତି ସଭାପତି ସୂଚନା ଦେଇଛନ୍ତି । 
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

ads

Blog Archive