ଡେଲାଙ୍ଗ ବିପନ୍ନ ମାନଙ୍କୁ ରିଲିଫ ସହାୟତା ଯୋଗାଇ ନ ଦେଲେ ରାଜ ରାସ୍ତାକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ
ଡେଲାଙ୍ଗ-----ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ଖାଲୁଆ ବା ଧୋଇ ଅଞ୍ଚଳ ଭାବେ ଧାନକେରା ଓ ଅଭୟମୁଖୀ ଗ୍ରାମ ପଞ୍ଚାୟତ । ଡେଲାଙ୍ଗରୁ ବନ୍ୟା ପାଣି ଛାଡିଲେ ଏହି ଦୁଇ ପଞ୍ଚାୟତରେ ବନ୍ୟା ପାଣିର ତାଣ୍ଡବ ଆରମ୍ଭ ହୋଇଥାଏ । ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧାନକେରା ଓ ଅଭୟମୁଖୀ ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ଳାବିତ ଅଞ୍ଚଳ ବୁଲିକି ଦେଖିଛନ୍ତି । ବନ୍ୟା ବିପନ୍ନ ମାନଙ୍କୁ ସମସ୍ୟା ଓ ସରକାରୀ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ । ଦୁଇ ପଞ୍ଚାୟତର ଶହ ଶହ ଏକର ଚାଷ ଜମି ବନ୍ୟା ପାଣିରେ ବୁଡି ରହିବା ଯୋଗୁ ଧାନ ଓ ବିଭିନ୍ନ ପନି ପରିବା ଚାଷ ନଷ୍ଟ ହୋଇଥିବା ଦେଖିଥଲେ । ରିଲିଫ ସମାଗ୍ରୀ ସଠିକ ଦିଆଯାଇ ନାହିଁ ବୋଲି କମିଟି ଆଗରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ଏ ପର୍ଯ୍ୟନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ବନ୍ୟାରେ ଭାଙ୍ଗିଥିବା ଘର ଓ ଧାନ ଫସଲର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଇନାହିଁ ବୋଲି ଗ୍ରାମବାସୀ ମାନେ କହିଥିଲେ । ପିପିଲି ବ୍ଳକରେ ରିଲିଫ ସାମଗ୍ରୀ ଯୋଗାଣରେ ବ୍ଳକ ପ୍ରଶାସନ ଟାଲଟୁଳ ନୀତି ବିରୋଦରେ ବାଜପେଇ ଛକରେ ବନ୍ୟା ବିପନ୍ନ ମାନେ ରାସ୍ତାରୋକ କରିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେଲାଙ୍ଗ ବ୍ଳକର ବିଭିନ୍ନ ବନ୍ୟା ଅଞ୍ଚଳ କ୍ଷୟକ୍ଷତି ଆଳକନ କରାଯାଉ, ବନ୍ୟା ବିପନ୍ନ ପରିବାରଙ୍କୁ ରିଲିଫ ସହାୟତା, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ବନ୍ୟାରେ ଭାଙ୍ଗି ଥିବା ଘର ପରିବାରଙ୍କୁ ଆର୍ଥିକ ସହାୟତା, କୃଷିଋଣ ଛାଡ, ଫସର କ୍ଷତିଗସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଠଙ୍କା ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ପୂର୍ବତନ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଏହି ଦାବି ପ୍ରଦାନରେ ଯଦି ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତା ହେଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଳାଇବ ବୋଲି ପିସିସି ରିଲିଫ କମିଟିର ସଦସ୍ୟ ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଶ୍ରୀ ଚନ୍ଦନଙ୍କ ସହିତ ପୁରୀ ଜିଲ୍ଲା କଂଗ୍ରେସ କମିଯିର ସଭାପତି ଅମୀୟ କୁମାର ପଟ୍ଟନାୟକ, ପିପିଲି ନିର୍ବାଚନ ମଣ୍ଠଳୀର କଂଗ୍ରେସ ନେତା ଅଜିତ ମଙ୍ଗରାଜ, ବ୍ଳକ କଂଗ୍ରେସ ସଭାପତି ରବି ଦାସ, ଯୁବ କଂଗ୍ରେସ ନେତା ଜ୍ଞାନ ରଞ୍ଜନ ପଟ୍ଟନାୟକ, ରାଜ୍ୟ ମହିଳା ନେତ୍ରୀ ନିରୁପମା ପାତ୍ର, ବିଶ୍ୱ ରଂଜନ ବଳବନ୍ତରାୟ, ବିପିନି ବିହାରୀ ବଳବନ୍ତରାୟ ପ୍ରମୁଖ ବନ୍ୟା ୍ରଞ୍ଚଳ ପରିଦର୍ଶନରେ ସାମିଲ ହୋଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି




