ads

Breaking News

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଡାକରାରେ ପ୍ରତିବାଦ ଦିବସ


 ଡେଲାଙ୍ଗ- --- ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ କମିଟି ଡାକରାରେ ସର୍ବ ଭାରତୀୟ ପ୍ରତିବାଦ ଦିବସ ଉପଲକ୍ଷେ  ଡେଲାଙ୍ଗ ଠାରେ ପଅତିବାଦ କରାଯାଇଛି । ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର କର୍ମୀମାନେ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକର୍ଡ ଧରି ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ବିଲ ପ୍ରତ୍ୟାହାର , କର୍ପୋରେଟ ହଟାଅ, ଦେଶ ବଞ୍ଚାଅ, କୃଷି ଉତ୍ପାଦନ ବଜାର  କମିଟି ୨୦୨୦ ସଂଶୋଧନଅଧ୍ୟାଦେଶ ପ୍ରତ୍ୟାହାର କର ଆଦି ଦାବିରେ ପ୍ରତିବାଦ ସଭା କରିଛନ୍ତି ।  ଏହି ପ୍ରତିବାଦ ସଭାରେ   ରାଜ୍ୟ ସମ୍ପାଦକ ତଥା ଏସୟୁସିଆଇ(କମ୍ୟୁନିଷ୍ଟ) ନେତା ରଘୁନାଥ ଦାଶ ଯୋଗ ଦେଇ କେନ୍ଦ୍ରରେ ବିଜେପି ସରକାର ଆଣିଥିବା ଜନ ବିରୋଧୀ ବିଦ୍ୟୁତ ବିଲ, ଚୁକ୍ତି ଚାଷ, କୃଷିଯାତ୍ର ଦ୍ରବ୍ୟର ବିକ୍ର ଖରିଦି କୁ କର୍ପୋରେଟ ମାନଙ୍କୁ  ବିରୋଧ କରାଯାଇଛି । ଡେଲାଙ୍ଗ ବ୍ଲକ ସଭାପତି ଦିନବନ୍ଧୁ ପରିଡା ,ସମ୍ପାଦକ ଡେଲାଙ୍ଗ ବଟକୃଷ୍ଣ ସ୍ୱାଇଁ,ପୁରୀ ଜିଲ୍ଲା କମିଟି ସଭାପତି ଏଆଇକେକେଏମ୍ ଏସ୍ ଗଙ୍ଗାଧର ପ୍ରଧାନ  ବେରବୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜ କିଶୋର ଆଳୁକ, ପଦ୍ମଚରଣ ଜେନା, ତ୍ରିପାଥ ପ୍ରଧାନ, ଗୋଲଖ ବରାଳ ପ୍ରମୁଖ  କର୍ମୀ ମାନେ ଆନ୍ଦୋଳନକୁ ଜୋର ଦାର କରିବା ପାଇଁ ନିସ୍ପତି ନେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

ads

Blog Archive