ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ କାମଦେବ
ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରକାଶ ଥାଉକି ଚନ୍ଦନପୁର ପଞ୍ଚାୟତର ଯୁବ ସମାଜସେବୀ କାମଦେବ ବେହେରା (ପ୍ରଭାକର) ନିଜସ୍ୱ ଅର୍ଥରେ ଚନ୍ଦନପୁର,ପ୍ରଧାନସାହି, ଜେନା ସାହି,ବେହେରା ସାହି ଓ ଦାସ ସାହି ର ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟର ଗୋଟିଏ ଗୋଟିଏ କୀଟ ବଣ୍ଟନ କରିଛନ୍ତି। ଏହି ବଣ୍ଟନ କାର୍ଯ୍ୟକର୍ମରେ ସାମାଜିକ କର୍ମୀ ଅଜୟ ମଲ୍ଲ, ରତିକାନ୍ତବେହେରା, କେଦାର ବେହେରା,ଜିତେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।
ଯାଜପୁର ବରୀରୁ ଦର୍ଶନ ବେହେରା


