ads

Breaking News

ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ କାମଦେବ



ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରକାଶ ଥାଉକି ଚନ୍ଦନପୁର ପଞ୍ଚାୟତର ଯୁବ ସମାଜସେବୀ କାମଦେବ ବେହେରା (ପ୍ରଭାକର)  ନିଜସ୍ୱ ଅର୍ଥରେ  ଚନ୍ଦନପୁର,ପ୍ରଧାନସାହି, ଜେନା ସାହି,ବେହେରା ସାହି ଓ ଦାସ ସାହି ର ଗରିବ ଅସହାୟ  ଲୋକଙ୍କୁ ଶୁଖିଲା ଖାଦ୍ୟର ଗୋଟିଏ ଗୋଟିଏ କୀଟ ବଣ୍ଟନ କରିଛନ୍ତି। ଏହି ବଣ୍ଟନ କାର୍ଯ୍ୟକର୍ମରେ  ସାମାଜିକ କର୍ମୀ ଅଜୟ ମଲ୍ଲ, ରତିକାନ୍ତବେହେରା, କେଦାର ବେହେରା,ଜିତେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ। 
ଯାଜପୁର ବରୀରୁ ଦର୍ଶନ ବେହେରା

ads

Blog Archive