ads

Breaking News

ଡେଲାଙ୍ଗ ବ୍ଳକରେ କୃଷି ବିଭାଗ ପକ୍ଷରୁ ବନ୍ୟା ପରେ କ୍ଷୟକ୍ଷତି ଆକଳନ ଚାଲିଛି


 ଡେଲାଙ୍ଗ  ---- ଡେଲାଙ୍ଗ  ବ୍ଳକରେ ଲୁଣା ଓ ଦୟା ରେ ବନ୍ୟା ପ୍ରବାହିତ ହେବା ଫଳରେ ଡେଲାଙ୍ଗରେ ବନ୍ୟା ପାଣିରେ ବ୍ୟାପକ ଖରିଫ ଧାନ ଫସଲ ସହିତ ପନି ପରିବା ଚାଷ କ୍ଷତି ହୋଇଛି । ଡେଲାଙ୍ଗ ବ୍ଳକର ୧୮ ଟି ଗ୍ରାମ ପଞ୍ଚାୟତର ୬୧୬୮ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଅକଳନରୁ ଜଣାପଡିଛି । ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ପ୍ରଚେଷ୍ଟାରେ ଡେଲାଙ୍ଗ ବ୍ଳକରେ ଚାରି ଜଣିଆ ୮ଟିମ ବିଭିନ୍ନ ଗ୍ରାମ ଗହିରକୁ ଗସ୍ତ କରି ଫଟୋ ଓ ଭିଡିଓ ଉତ୍ତୋଳନ କରି ଚାଷୀ ମାନଙ୍କ ସହିତ ଆଲେଚନା କରି ବନ୍ୟାରେ କ୍ଷୟକ୍ଷତି ଆକଳନ ଚାଲିଛି । ଏହି ତଦନ୍ତ ଟିମରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ରାଜସ୍ୱ ଓ ପଞ୍ଚାୟତ କାର୍ଯ୍ୟନିର୍ବ÷ହୀ ଅଧିକାରୀ ଏହି ଟିମରେ ରହିଛନ୍ତି । ଦଶ ଦିନ ମଧ୍ୟରେ ଚଳିତ ବନ୍ୟାରେ କ୍ଷୟକ୍ଷତି ଆକଳନ ରିର୍ପୋଟ ଦାଖଲ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡେଲାଙ୍ଗ  ସହକାରୀ କୃଷି ଅଧିକାରୀ ରାକେଶ ରାଉତଙ୍କ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts