ads

Breaking News

ଡେଲାଙ୍ଗରେ ୧୧ପଜିଟିଭ

 ଡେଲାଙ୍ଗ ----- କରୋନା ମହାମାରୀ କମିବାର ନା ଧରୁନି ,ଏବେ ଘରେ ଘରେ ଥଣ୍ଡା ଜ୍ୱର ବ୍ୟାପି ଅଧିକ ଭୟ ବଢାଇଛି । ଡେଲାଙ୍ଗରେ ରବିବାର କରୋନା ପଜେଟିଭ୍ ଚିହ୍ନଟ ୧୧ ଜଣ ହୋଇଛନ୍ତି ।  ଅରିସଲ ପଞ୍ଚାୟତର ଖଣ୍ଡି ମଙ୍ଗଳପୁରରୁ ଜଣେ, ନୁଆଗାଁ ,ନାଗଣ,ନୁଆହାଟ,ଛଅବାଟି,ବରପଦା,ଯମୁନା ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଗୁଡୁପାଇଲୋ ଗ୍ରାମର ୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସମସ୍ତ ଆକ୍ରନ୍ତଙ୍କୁ କୋଭିଡ-୧୯ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ରବିବାର ଦିନ ୧୧ ଜଣ କରୋନା ପଜିଟିଭ୍ କୁ ମିଶାଇ ମୋଟ ଆକ୍ରାନ୍ତସଂଖ୍ୟା ୨୩୯ରେ ପହଞ୍ଚିଛି ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ପ୍ରକାଶ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts