ads

Breaking News

ସତ୍ୟବାଦୀରେ ସ୍ୱର୍ଗତ ଗୋପୀନାଥ ନନ୍ଦଙ୍କସ୍କୃତି ଚାରଣ ସଭା

 



 ସାକ୍ଷୀଗୋପାଳ ----- ୩୧୬ନଂ ପୁରୀ -ଭୁବନେଶ୍ୱର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟ ଗ୍ରାମ କୃଷି ବିକାଶ ପରିଷଦ କାର୍ଯ୍ୟାଳୟ ପରିସରରେ ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସନେତା ସ୍ୱର୍ଗତ ଗୋପିନାଥ ନନ୍ଦଙ୍କ ଉଦ୍ଦ୍ୟେଶରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ, ଦୀପ ପ୍ରଜ୍ୱଳନ କରାଯାଇଥିଲା ।

ସଭା ମଞ୍ଚରେ ଶ୍ରୀ ନନ୍ଦଙ୍କ ଫଟୋଚିତ୍ରରେ ଉପସ୍ଥିତ ଥିବା ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭାରେ ଆଇନଜୀବୀ ଗୁଣ୍ଡିଚା ବରାଳ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, କିଶୋର ଚନ୍ଦ୍ର ମହାପାତ୍ର  ଓ ରବି ଶତପଥୀ, ରାଜ କିଶୋର ଆଚାର୍ଯ୍ୟ, ଗୋପିନାଥ ପଣ୍ଡା, ନରହରି ମିଶ୍ର, ରମାକାନ୍ତ ଦାଶ ,ରିଙ୍କୁ  ପଟ୍ଟନାୟକ, ଶଙ୍କର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶ୍ରୀ ନନ୍ଦ ଜଣେ ମୁରୁବି ଭଳି ଗାଁ ଗଣ୍ଡାର ଲୋକମାନେ ତାଙ୍କୁ ମାନି ଆସୁଥିଲେ । ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ସେ ଅତି ପ୍ରିୟ ଭାଜନ ହୋଇ ରହିଥିଲେ । ଶିକ୍ଷା କ୍ରୀଡା, ସଂସ୍କୃତି ବିଭିନ୍ନ ଅନୁଷ୍ଠାନ ଏପରିକି କାଜୁ ନିଗମର ଅଧ୍ୟକ୍ଷ, ସାକ୍ଷୀଗୋପାଳ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ବ୍ଳକ କଂଗ୍ରେସ ସଭାପତି ,  ସତ୍ୟବାଦୀର ସଂସ୍କୃତି, ସତ୍ୟବାଦୀର ଉନ୍ନତି ସହିତ ଚାଷୀ ମାନଙ୍କ ଉନ୍ନତି ପାଇଁ ସେ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଚିନ୍ତା କରୁଥିଲେ ବୋଲି ଯୋଗଦେଇଥିବା ଅତିଥି ଭାନେ ମତ ବ୍ୟକ୍ତ କରିଥିଲେ । ପ୍ରତାପ କୁମାର ପାହାନ୍ତାସିଂ ସଭାଟିକୁ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷା ସଂଯୁକ୍ତା ପାହାନ୍ତାସିଂ ଧନ୍ୟବାଦ ଦେଇଥିଲେ । ସେହିପରି ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପରିସରରେ ସ୍କୃତି ଚାରଣ ସଭା  ଅନୁଷ୍ଠିତ ହୋଇଯାଇଛି ।  ଅବସରପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ପରିଷଦସଭ୍ୟ ପ୍ରହଲ୍ଳାଦ ଘଟୁଆରୀ , ରତିକାନ୍ତ ମିଶ୍ର, ସ୍ୟାମ ସୁନ୍ଦର ମହାପାତ୍ର, ଅଶୋକ ମିଶ୍ରଙ୍କ ସହିତ ବ୍ୟକ୍ତି ବିଶେଷ ମାନେ ଯୋଗଦେଇ ସ୍ୱର୍ଗତ ଶ୍ରୀନନ୍ଦଙ୍କ ସ୍କୃତି ଚାରଣ କରିଥିଲେ ।  ପ୍ରଶାନ୍ତ ମିଶ୍ୱାଳ ସ୍କୃତି ଚାରଣ ସଭାକୁ ପରିଚାଳନା କରିଥିବା ବେଳେ ବଦ୍ରିନାରାୟଣ ଖୁଣ୍ଠିଆ ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

ads

Blog Archive

Popular Posts