ads

Breaking News

ପିତୃପକ୍ଷ ମହାଳୟା ଶ୍ରାଦ୍ଧ ଶେଷ


 ସାକ୍ଷୀଗୋପାଳ ----- ଗୁରୁବାର  ପିତୃ ପକ୍ଷ ମହାଳୟା ଶ୍ରାଦ୍ଧର ଶେଷ ଦିବସ । ଯେଉଁ କୌଣସି ଅସୁବିଧା ଯୋଗୁ ସେମାନଙ୍କ ପିତୃ ପରୁଷଙ୍କୁ  ତିଥି ଅନୁସାରେ ଶ୍ରାଦ୍ଧ ଦେଇନଥିଲେ ସେମାନେ ଆଜି ଶ୍ରାଦ୍ଧ ଦେଇଥିଲେ । ଯେଉଁ ମାନେ ଆଜି ମଧ୍ୟ ଦେଇ ପାରିନାହାନ୍ତି ସେମାନେ କାତ୍ତିକ ମାସ ଅମାବାସ୍ୟ ତିଥିରେ ପିତୁୃ ପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ଏବେ ବି ଅତୁଟ ରହିଛି । ଆଧୁନିକତାର ଦୌଡରେ ଆମର ପରମ୍ପରା , ରୀତିନୀତି ଆଚାର ବିଚାରରେ ବହୁ ଚର୍ଚ୍ଚିତ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ଏବେ ବି ବଞ୍ଚି ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷକୁ ପିତୃପକ୍ଷ କହନ୍ତି । ଏହି ଦିନରେ ଆଚାଣ୍ଡାଳ ବ୍ରାହ୍ମଣ ଶ୍ରାଦ୍ଧ ତର୍ପଣ କରିଥାନ୍ତି । ନଦୀ. ପୁଷ୍କରଣୀ, ସମୁଦ୍ର, ଦେବାଳୟ ଓ ନିଜ ବାସଭବନରେ ପିଣ୍ଡ ଦାନ କୁଳପୁରୋହିତଙ୍କ ଦ୍ୱାରା କରାଯାଇଥାଏ । ଏହି ଅପରପକ୍ଷର ପାକ୍ଷିକ ଦିନ ମଧ୍ୟରେ ଯିଏ ପିଣ୍ଡ ଦାନ କରିନଥାନ୍ତି ସେମାନେ ଆଜି କରିଥାନ୍ତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର ସବୁଆଡେ ଆଜି ମହାଳୟା ଶ୍ରାଦ୍ଧ ଅନଷ୍ଠିତ ହୋଇଯାଇଛି । ପ୍ରଥମେ ପୁରୋହିତ ବରଣ କରାଯାଇ ପିତୃ ପୁରଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ ।  ଆଜି ବି ଏହି ପରମ୍ପରା ଅତୁଟ ରହିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive