ads

Breaking News

କେନ୍ଦୀୟଟିମ କଣାସ, ଡେଲାଙ୍ଗ ବ୍ଳକର ବନ୍ୟାରେ କ୍ଷିତିଗସ୍ତ ଅଞ୍ଚଳ ପରିଦର୍ଶନ


 ଡେଲାଙ୍ଗ -------ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚ୍ଚିବ ପ୍ରବିଣ ବଶିଷ୍ଠ ଓ ପୁରୀ ଜିଲାପାଳ ବଲୱାନ୍ତ ସିଂଙ୍କ ସହିତ ବିଭିନ୍ନ ପଦାଧିକାରୀ  ମାନେ ଡେଲାଙ୍ଗ ଓ କଣାସ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । କଣାସ ବ୍ଳକର ପାଣ୍ଡିଆକେରା ପଞ୍ଚାୟତର ନୂଆସାହିଠାରେ ଦୟା ନଦୀରେ ସୃଷ୍ଟି ହୋଇଥିବା ଘାଇ ଓ ଘାଇରେ କ୍ଷୟକ୍ଷତି ପରିଦର୍ଶନ କରିଥିଲେ । ସେହିପରି ଡେଲାଙ୍ଗ ବ୍ଳକରରାଡୁଅ, ମୁନିନ୍ଦା, ଆଙ୍କୁଲା ଗ୍ରାମ ଗୁଡିକ ଲୁଣା ନଦୀର  ବନ୍ୟାପାଣିରେ କ୍ଷୟକ୍ଷତି ସମ୍ପର୍କରେ ଗ୍ରାମବାସୀ ଓ ପଞ୍ଚାୟତର ସରପଞ୍ଚଙ୍କୁ ପଚାରି ବୁଝିଥିଲେ । ବିଶେଷ କରି ଧାନ ଫସଲ ଓ ରାସ୍ତା ଗୁଡିକ କ୍ଷତି ହୋଇଥିବା ଦେଖିଥଲେ । ଘାଇ ମରାମତି, ନଦୀ ବନ୍ଧର ସୁରକ୍ଷା କରିବା  ପାଇଁ କହିବା ସହ ତୁରନ୍ତ କ୍ଷୟକ୍ଷତିର  ସଠିକ ଆକଳନ କରି ଏହାର ଏକ ରିର୍ପୋଟ ଦେବାକୁ ଉପସ୍ଥିତ ଥିବା ଅଧିକାରୀଙ୍କୁ  ଯୁଗ୍ମ ସଚ୍ଚିବ ଶ୍ରୀ ବଶିଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ତଦନ୍ତଟିମ ରେ  ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ  ସୁଶାନ୍ତ କୁମାର ନାୟକ, ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ କୁମାର ରାଉତ, ନିର୍ବାହୀଯନ୍ତ୍ରୀ ଭଗବାନ ଦାସ, ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ, ଅତିରିକ୍ତ ବିଡିଓ ପ୍ରଦୀପ କୁମାର ନାୟକ, କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive