ads

Breaking News

ଡେଲାଙ୍ଗରେ ବିଶ୍ୱ ଓଜନ ଦିବସ ପାଳିତ

 ଡେଲାଙ୍ଗ -----ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଓଜନ ଦିବସ ପାଳିତ ହୋଇଯାଇଛି । ପରିବେଶପ୍ରେମୀ , ଶିକ୍ଷକ ତଥା ବିଶ୍ୱ ଓଜନ ଦିବସର ଆୟୋଜକ ମିଟୁ କିଶୋର ପ୍ରଧାନ ଯୋଗଦେଇ କହିଥିଲେ ଓଜନ ସ୍ତରରେ ସୃଷ୍ଟି ହୋଇଥିବା ଛିଦ୍ର ଏବେ ବିଶ୍ୱ ତଥା ଜୀବଜଗତକୁ ବିପନ ଆଡକୁ ଟାଣି ନେଇଛି ବୋଲି ଦେଶର ବୈଜ୍ଞାନିକ ମାନେ ମତ ପ୍ରକାଶ କରି ସାରିଲେଣି ବୋଲି କହିଥିଲେ । ସେହିପରି ପକୃତିମିତ୍ର ପୁରଷ୍କାର ପାଇଥିବା ତଥା ପ୍ରକୃତିବନ୍ଧୁ ବିଶ୍ୱଜିତି ପରିଡା ସାଇକେଲ ଚଳାଇବା ଉପରେ ଗୁରୁତ୍ୱ ଦେଇ କହିଥିଲେ ପୃଥିବୀରୁ ଅଙ୍ଗାରକାମ୍ଳ ଗ୍ୟାସ ରୋକିବାରେ ସହାୟକ ହୋଇ ପାରିବ ବୋଲି ମତରଖିଥଲେ । ଶେଷରେ ଏ ବିପଦରୁ ରକ୍ଷା ପାଇବାକୁ ହେଲେ ବୃଧ ରୋପଣ କରିବା ନିହାତି ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବିରଞ୍ଚି ନାରାୟଣ ବରାଳ, ମଞ୍ଜୁଲତା ପ୍ରଧାନ, ପୁରୁଷେୋତ୍ତମ ନାୟକଙ୍କ ସହିତ ବିଦ୍ୟାଳୟର ପୁରାତନ ଛାତ୍ର ମାନେ ଯୋଗ ଦେଇ ନିଜସ୍ୱ ମତ ରଖିଥିଲେ । ଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଦେଇଥିଲେ ।  ଡେଲାଙ୍ଗରୁ ଧୀରେନ୍ଦ୍ରସେନାପତି 

ads

Blog Archive