ads

Breaking News

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର


ଡେଲାଙ୍ଗ- ----- ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗ ବ୍ଲକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କ  ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ  ହିରାକୁଦ ଡ୍ୟାମରୁ ଏକକାଳିନ ୪୬ଟି ଗେଟ୍ ଖୋଲିବା ଦ୍ୱାରା ପୁରୀ,ଜଗତସିଂହପୁର,କଟକ,ଖୋର୍ଦ୍ଧା ଆଦି ଜିଲ୍ଲାରେ ବନ୍ୟା ହୋଇଛି । ଯାହା ସମ୍ପୁର୍ଣ୍ଣ ମନ୍ୟୁଷକୃତ ଏଥିରେ ସନ୍ଦେହ ନାହିଁ । ମନ୍ୟୁଷକୃତ ବନ୍ୟାରେ ୩୬ଟି ଘାଇ ହୋଇଛି ।   ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହେବା ସହ ଅନେକ ଗ୍ରାମ ପାଣି ଘେରରେ ରହିଛନ୍ତି ।ଖରିଫ୍ ଫସଲ ସମ୍ପୁର୍ଣ୍ଣ ଭାବେ ଉଯୁଡି ଯାଇଛି । ଅନ୍ୟ ପକ୍ଷେ ମହାମାରୀ କରୋନା ପାଇଁ ରାଜ୍ୟକୁ ପ୍ରବାସୀ ଓଡିଆ ମାନେ ଓଡିଶା ଫେରି କୈାଣସି କାମ ଧନ୍ଦା ନପାଇ ଘରେ ବସିଥିବା ବେଳେ ବନ୍ୟା ଆହୁରି କଷ୍ଟ ଦେଇଛି । ଅନ୍ୟପଟେ ରାଜ୍ୟ ସରକାର ଫନି କ୍ଷୟକ୍ଷତି ଭରଣା ଦେଇ ପାରୁନଥିବା ବେଳେ ବନ୍ୟା ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାର ଘୋଷଣା କରିଥିବା ରିଲିଫ୍ ସାମଗ୍ରୀ ରାସନ କାର୍ଡଧାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା ବେଳେ ବିନା ରାସନ କାର୍ଢଧାରୀ ହଜାର ହଜାର ଲୋକମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗ କମିଟି ପକ୍ଷରୁ  ରାସନକାର୍ଡ ଧାରୀଙ୍କ ସମେତ ବିନା ରାସନ କାର୍ଡଧାରୀଙ୍କୁ ରିଲିଫ୍ ପ୍ରଦାନ ,ଜଳବନ୍ଦୀ ଗ୍ରାମ ଗୁଡିକୁ ଏକ ମାସ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଓ ପାନୀୟଜଳ ଯୋଗାଣ ,କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ହଜାର ଟଙ୍କା କ୍ଷତିପୁରଣ ଦିଆଯାଉ । କୃଷି ଋଣ ଛାଡ କରିବା,ଆଗାମି ଦିନରେ ବିନା ସୁଧରେ ଋଣ ପ୍ରଦାନ,୭୫% ସବସିଡିରେ ସାର ,ବୀହନ ଓ କୀଟନାଶକ ସହିତ କୃଷି ଯନ୍ତ୍ରାଂଶ ଯୋଗାଇଦେବା, ଭାଙ୍ଗିଥିବା ଘାଇ ଗୁଡିକ ସମ୍ପୁର୍ଣ୍ଣ ପଥର ବନ୍ଧ କରିବା ସହିତ ଘଳିଆ ଓ ଦୃବଳ ନଦୀବନ୍ଧ ଗୁଡିକ ଯୁଦ୍ଧକାଳୀନ ଭିତର ମରାମତି କରିବା ଆଦି ଦାବୀ କରାଯାଇଛି ।  ରାଜ୍ୟ ସମ୍ପାଦକ ତଥା ଏସୟୁସିଆଇ(କମ୍ୟୁନିଷ୍ଟ) ନେତା ରଘୁନାଥ ଦାଶ,ଡେଲାଙ୍ଗ ବ୍ଲକ ସଭାପତି ଦିନବନ୍ଧୁ ପରିଡା ,ସମ୍ପାଦକ ଡେଲାଙ୍ଗ ବଟକୃଷ୍ଣ ସ୍ୱାଇଁ,ପୁରୀ ଜିଲ୍ଲା କମିଟି ସଭାପତି ଏଆଇକେକେଏମ୍ ଏସ୍ ଗଙ୍ଗାଧର ପ୍ରଧାନ ପ୍ରମୁଖ ମାନେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

ads

Blog Archive