ବିଶିଷ୍ଟ ନାଟ୍ୟ ନିର୍ଦେଶକ, ଚଳଚ୍ଚିତ୍ର ଅଭିନେତା ଅଜିତ୍ ନାରାୟଣ ଦାସ ଆଉ ନାହାନ୍ତି
ଭୁବନେଶ୍ୱର----- ବିଶିଷ୍ଟ ନାଟ୍ୟ ନିର୍ଦେଶକ, ଚଳଚ୍ଚିତ୍ର ଅଭିନେତା ଅଧ୍ୟାପକ ଅଜିତ୍ ନାରାୟଣ ଦାସ ଆଜି ଆମ ଗହଣରେ ଆଉ ନାହାନ୍ତି । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଏକ ଖାଲି ସ୍ଥାନ ସୃଷ୍ଟି ହୋଇଛି ।
କେବଳ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ନୁହେଁ, ବରଂ ପ୍ରତି କଳାକାରଙ୍କ ପାଇଁ ସେ ସାଜିଥିଲେ ଦେବଦୂତ । କଳାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଦ୍ଵାରା ପ୍ରତିଷ୍ଠିତ ନାଟ୍ୟ ସଂସ୍ଥାରେ ସ୍ଥାନ ଦେଉଥିଲେ । ଏକାଧାରରେ ଥିଲେ ନିର୍ଦେଶକ,ସଂଯୋଜକ,ଲେଖକ, ଅଭିନେତା,ଖଳନାୟକ ଇତ୍ୟାଦି ।
ଭଞ୍ଜମାଟି ହରାଇଲା ତା ମାଟିର ପୁଣି ଏକ ମହାନ କଳାକାର ଅଜିତ ଦାସ ଙ୍କୁ।ଖାଲି ମୟୂର ଭଞ୍ଜ କାହିଁକି ସାରା ଓଡିଶା କଳାଜଗତ ପାଇଁ ଏହା ଏକ ଅପୁରଣୀୟ କ୍ଷତି। ମୃତ୍ୟୁ ନାହିଁ ତୁମେ ଚିର ଅମର।ଆଜିବି ଦର୍ଶକ ଝୁରି ହେଉଛନ୍ତି ଅଜିତ ଙ୍କ ବଳିଷ୍ଠ ଅଭିନୟର ଯାଦୁକୁ।ଅଜିତ ଙ୍କ ଅକାଳ ବିୟୋଗରେ ସାରା ଓଡିଶା ସ୍ତବ୍ । ଧୀରେନ୍ଦ୍ର ସେନାପତି



