ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମଳନୀ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଗୋପିନାଥ ଦେବଙ୍କ ପାନ୍ଥ ନିବାସ ପରିସରରେ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୁଣ୍ଡିଚା ବରାଳ ଏଥିରେ ସଭାପତିତ୍ୱ କରିଥିଲେ । ସତ୍ୟବାଦୀରେ ଜେ,ଏମ, ଏ‘.ସି କୋର୍ଟ ପ୍ରତିଷ୍ଠା, ସତ୍ୟବାଦୀକୁ ଏନ.ଏ.ସି କରାଯିବା ପାଇଁ ଦାବି ସହିତ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର କାର୍ଯ୍ୟକାରିତା ବିଳମ୍ବ ହେବା ସମ୍ପର୍କରେ ମତ ରଖିଥଲେ । ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳ, ଉପସଭାପତି ବିଶ୍ୱଜିତି ଶତପଥି, ରାମ ଶଙ୍କର ନନ୍ଦ, ସାଧାରଣ ସମ୍ପାଦକ ଅମର ନନ୍ଦ, ସହ ସମ୍ପାଦକ ଉପେନ୍ଦ୍ର ବିଶ୍ୱାଳ , ସଂଯୋଜକ ହୃଷିକେଷ ମିଶ୍ରଙ୍କ ସହିତ ସାକ୍ଷୀଗୋପିନାଥ ମନ୍ଦିର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ମିଶ୍ର ଓ ପ୍ର‘ୁଲ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସତ୍ୟବାଦୀରେ କୋର୍ଟ ପ୍ରତିଷ୍ଠା ନକରାଯାଇ କଣାସରେ କରିବା ପାଇଁ ପ୍ରଶାସନ ପକ୍ଷରୁ ନିସ୍ପତି ନିଆଯାଇଛି । ଏହାକୁ ସତ୍ୟବାଦୀ ବିକାଶ ପରିଷଦ ଘୋର ବିରୋଧ କରିଛି । ସେହିପରି ସତ୍ୟବାଦୀକୁ ଏନଏସି ଘୋଷଣା କରିବା ସହ ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ନିତ କରିବା ପାଇଁ ବିକାଶ ପରିଷଦ ଦାବି ଆଣିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



