ads

Breaking News

ଧାନ ବିଲ ରୁ କୁମ୍ଭୀର ଉଦ୍ଧାର


ଦିଗପହଣ୍ଡି -----ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗ୍ରାମ ରେ ଏକ  ଧାନଜମିରୁ ଦିଗପହଣ୍ଡି ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏକ କୁମ୍ଭୀର ଉଦ୍ଧାର କରାଯାଇଛି। କୁମ୍ଭୀରଟି ନିକଟସ୍ଥ ଘୋଡ଼ାହାଡ଼ ଡ୍ୟାମରୁ କେନାଲ ପାଣିରେ ଭାସି ଆସିଥିବା ଦିଗପହଣ୍ଡି ରେଞ୍ଜର ପ୍ରମୋଦ ଖଡ଼ଗରାୟ କହିଛନ୍ତି। ଉଦ୍ଧାର କୁମ୍ଭୀରଟିର ଲମ୍ବ ପ୍ରାୟ ୬ ଫୁଟ ଏବଂ ବୟସ ପ୍ରାୟ ୪ ବର୍ଷ ହେବ ।ଗ୍ରାମର କିଛି ଚାଷୀ ଜମିରେ କାମ କରି ଫେରୁଥିବା ବେଳେ କୁମ୍ଭୀର ଟିକୁ ଦେଖି ଭୟଭୀତ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ ଗ୍ରାମର ବହୁ ସଂଖ୍ୟକ ଲୋକ କୁମ୍ଭୀର ଦେଖିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପଞ୍ଚାୟତ ସମିତିସଭ୍ୟ ଅରୁଣ ଗୌଡ଼ ଦିଗପହଣ୍ଡି ଥାନାକୁ ଜଣାଇଥିଲେ । ଖବର ପାଇ ଥାନା ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲେ। ପରେ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୁରଲୀଧର ନାୟକଙ୍କ ସହ ବନବିଭାଗ ପାରା କର୍ମଚାରୀ ପହଞ୍ଚି ସାମାଜିକକର୍ମୀ କିଶୋର ଶୁକ୍ଳଙ୍କ ସହାୟତାରେ କୁମ୍ଭୀରଟିକୁ କାବୁ କରି ଗ୍ରାମର ଗୋପୀନାଥ  ମଠ ନିକଟ କୁ  ଆଣିଥିଲେ। ରେଞ୍ଜରଙ୍କ ପରାମର୍ଶ କ୍ରମେ କୁମ୍ଭୀର ଟିକୁ  ଘୋଡ଼ାହାଡ଼ ଡ୍ୟାମ୍‌ରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ପ୍ରୟାସ ଟିଭି।

ads

Blog Archive