ads

Breaking News

ଏଆରଟେଲ ଟାୱାର ନିର୍ମାଣ କୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା


ଜଗତସିଂହପୁର------କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ତେରମାଣପୁର-ତାଳବାଗ ଗ୍ରାମରେ ଏଆରଟେଲ କମ୍ପାନୀର ଟାୱାର ନିର୍ମାଣକୁ ବିରୋଧ କରି ଧାରଣା ଦେଇଛନ୍ତି ଗ୍ରାମବାସି ମାନେ । ଗ୍ରାମର ୱାର୍ଡ ମେମ୍ବର ସରସ୍ବତୀ ବରାଳଙ୍କ ନେତୃତ୍ବରେ ବହୁ ମହିଳା ଓ ପୁରୁଷ ଆଜି ଧାରଣାରେ ବସିରହିଥିବା ଦେଖିବାକୁ ମିଳିଥିଲା । ବର୍ଷା ପବନରେ ଟାୱାର ଭାଙ୍ଗିଗଲେ ଏହି ଗ୍ରାମର 30 ପରିବାରର ଧନଜୀବନ ନଷ୍ଟ ହେବାର ଆଶଙ୍କା ଉପୁଜିଛି। ଟାୱାର ନିର୍ମାଣ ନକରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଓ ସଂପୃକ୍ତ ଘର ମାଲିକଙ୍କୁ ଗ୍ରାମବାସୀ ପ୍ରଥମେ  ବୁଝାଇଥିଲେ। ଏଥିରେ ବିଫଳ ହେବାରୁ ତେରମାଣପୁର ତାଳବାଗ ଗ୍ରାମର ଲୋକେ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାର ସେକେଣ୍ଡ ଅଫିସର ଡି.ଡି.ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଟାୱାର ନିର୍ମାଣ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ଗ୍ରାମବାସୀ ଧାରଣାରୁ ଉଠିଥିଲେ। ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର 

ads

Blog Archive