ads

Breaking News

ନୂଆଁପଡା ଗ୍ରାମ୍ଯ ଜଙ୍ଗଳରୁମୂଲ୍ୟବାନ ଗଛ ଚୋରି,ତଦନ୍ତ ଦାବୀ କଲା ଗ୍ରାମ୍ଯକମିଟୀ



ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-     ବନୀକରଣ ତଥା ବନବିଭାଗ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେଇ  କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି ।  ବଣ ଜଙ୍ଗଳର ସୁରକ୍ଷା ପାଇଁ।ହେଲେ ବନବିଭାଗ କେବଳ ଦରମା ପ୍ରତି ସଚେତନ ରହିଛନ୍ତି ବୋଲି ଲୋକମାନେ କହନ୍ତି ।  ରାଜ୍ୟ ସରକାର ନୂତନ ଜଙ୍ଗଲ ସୃଷ୍ଟି କରୂଛନ୍ତି । ମାତ୍ର ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁ ବନ୍ଯସଂପଦ ଚୋରିର ବୃଦ୍ଧି ଘଟୁଛି ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି । ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଟାଙ୍ଗରପାଲି ପଞ୍ଚାୟତର ନୂଆପଡା ସଂରକ୍ଷିତ ଗ୍ରାମ୍ଯ ଜଙ୍ଗଳରୁ ଲକ୍ଷାଧିକ ଟଙ୍କାର ଶାଳଗଛ ଚୋରି ହୋଇ ଯାଇଛି।ଏହି ଗ୍ରାମ୍ଯଜଙ୍ଗଳ ଟି ନୁଆପଡା ଅଞ୍ଚଳର  ୫୦ହେକ୍ଟର ଜମିରେ ପରିବେଷ୍ଟିତ।୧୯୭୬ମସିହା ରେ ବନବିଭାଗ ପକ୍ଷରୁ ଏଥିରେ  ମୂଳ୍ଯବାନ ଚାରାରୋପଣ କରା ଯାଇଥିଲା।ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୧୯୭୭ମସିହାରେ ବନବିଭାଗ ନୂଆଁପଡା ଗ୍ରାମବାସୀଙ୍କୁ ଏହି ଜଙ୍ଗଳର ରକ୍ଷଣାବେକ୍ଷଣ ଦାୟିତ୍ବ ହସ୍ତାନ୍ତର କରିଥିଲା।ସେହି ଦିନଠାରୁ ଆଜିକୁ ଦୀର୍ଘ ୪୪ବର୍ଷ ହେଲା ଗ୍ରାମର ଲୋକେ ନିଜସ୍ବ ପଇସାରୁ ଏହି ଜଙ୍ଗଲର ରକ୍ଷଣା ବେକ୍ଷଣ କରିଆସୁଛନ୍ତି।ଏପରିକି ଜଙ୍ଗଳର ସୁରକ୍ଷା ପାଇଁ ନିଜସ୍ବ ପାଣ୍ଠିରୁ ଜଗୁଆଳି ରଖୁଛନ୍ତି।ଏହି ଜଗୁଆଲି କେବଳ ଦିନବେଲା  ଜଙ୍ଗଳକୁ ଜଗିଥାଏ।ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମାନେ ବହୁ ଗୁଡିଏ  ବିରାଟ ମୂଲ୍ୟବାନ ଗଛଗୁଡିକ ମେସିନ ସାହାଯ୍ଯରେ କାଟି ବଡ ବଡ ଗାଡିରେ ବୋଝେଇ କରି ନେଇଯାଇଛନ୍ତି। 
ବନବିଭାଗ କିଛି ଜାଣିପାରୁ ନଥିବା ପଛରେ ଅସଲ ରହସ୍ଯ କଣ ରହିଛି ବୋଲି ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି।ଏନେଇ ନୂଆପଡା ଗ୍ରାମ୍ଯ କମିଟୀ ପକ୍ଷରୁ ବନ ବିଭାଗକୁ ତଥା ଅତାବିରା ଥାନାରେ ଲିଖିତଭାବେ ଜଣାଇ ଏହାର ତଦନ୍ତ ଦାବି କରିଛନ୍ତି।ଏହି ଜଙ୍ଗଳକୁ ଶୁଖିଲା ଜାଲେଣି କାଠ ଖଣ୍ଡେ ସଂଗ୍ରହ କରିବାକୁ ଯିବାକୁ ହେଲେ ବନ ବିଭାଗ ଅନୁମତି ଦେଇନଥାଏ।ଏହା ସହ ଲୋକଙ୍କୁ କଠୋର ଆଇନ କାନୁନ କଥା କହି ସେଠାରୁ ଫେରାଇ ଦେଇଥାନ୍ତି।ତେବେ ବିନା  ଅନୁମତି ରେ ୧.୫ଫୁଟ ଗୋଲେଇ ବିଶିଷ୍ଟ ୧୦ଟି ଶାଳ ଗଛ କଟାହୋଇ ବଡ ବଡ ଗାଡିରେ ବୋଝେଇ ହୋଇ ଆରାମରେ ଖସି ଚାଲିଯିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟିକରିଛି।  ଏହି ଜଙ୍ଗଳର ଗଛଲତାକୁ  ସୁରକ୍ଷା କରିବା ପାଇଁ ଗ୍ରାମବାସୀ ଯେଉଁ ଦୀର୍ଘ ବର୍ଷର ପରିଶ୍ରମ କରିଥିଲେ ତାହା କଣ ଏଇ ମାଫିଆ ମାନଙ୍କ ପାଇଁ ନା ବନ ବିଭାଗ ପାଇଁ ଗ୍ରାମବାସୀ ମାନେ କହନ୍ତି ।  ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ଉଠିଛନ୍ତି ।  ସେଠାରେ ପଡିଥିବା ମଦ ପାଉଚ୍ ଓ ପାଣି ବୋତଲରେ ଲାଗିଥିବା ଚିହ୍ନରୁ ସମ୍ବଲପୁର ପଟରୁ ମାଫିଆ ମାନେ ଆସିଥିବାର ଅନୁମାନ କରିଛନ୍ତି ଗ୍ରାମବାସୀ ମାନେ । ଏଥିରେ ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କ ହାତ ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...

ads

Blog Archive