ସାମ୍ବାଦିକ ତଥା ସମାଜ ସେବି ସମୀର ରଞ୍ଜନ ଦାଶଙ୍କ ସ୍ମୁତିଚାରଣ ସଭା -
ଜଗତସିଂହପୁର -----ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧିନ ବାଲିତୁଠ ପଞ୍ଚାୟତ ରେ ସାମ୍ବାଦିକ ତଥା ସମାଜ ସେବୀ ସମୀର ରଞ୍ଜନ ଦାଶଙ୍କ ଦ୍ୱଦଶାହ ଉପଲକ୍ଷେ ସ୍ମୁତି କମିଟି ପକ୍ଷରୁ ସାମ୍ବାଦିକ ହରିଗୁରୁଦଶ ଙ୍କ ସଭାପତିତ୍ୱରେ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚାଟୁଆ ର ପୃର୍ବତନ ସରପଞ୍ଚ, ଚାଟୁଆ କୋପଟୀର ସଭାପତି, ଆର,ଏନ୍,ସି ରାହମା ର ଡ଼ାଇରେକ୍ଟର ,ଏବଂ ଅବର୍ତମାନର ବାଲିତୁଠ ବଣିକ ସଂଘ ର ସଭାପତି ଓ ସମାଜ ସେବୀ ,ସଞ୍ଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଶ୍ରୀ ଦାସ ତାଙ୍କ ଜୀବନ କାଳ ଭିତର ଏକ ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ନିର୍ଭୀକ ସମ୍ବାଦ ପରିବେଷଣ କରି ,ସାମ୍ବାଦିକତାରେ ନିରପକ୍ଷତା ଓ ଦୁଃସାହସିକତା ଏବଂ ଜନସାଧାରଣଙ୍କ ପାଇଁ ବହୁ ଅବଦାନ ତାଙ୍କର ଥିଲା । ସେ ଜିଲ୍ଲା ରେ ବହୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂସିତ ହୋଇଥିଲେ । ତାଙ୍କର ଅଭୁଲା ସ୍ମୁତୀକୁ ମୁ ଭୁଲିପାରିବିନି ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ସଭାରେ ସ୍ମୁତି କମିଟି ମୁଖ୍ୟ ଓ ପୃର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡା,ଯାତ୍ରା କଳାକାର ହୃଷିକେଶ ମିଶ୍ର, ସରପଞ୍ଚ ପ୍ରତିନିଧି ନିବସ ମଲ୍ଲିକ,ପୃର୍ବତନ ସରପଞ୍ଚ ଅଖିଳ ବଲ୍ଲଭ ସ୍ୱାଇଁ,ସମବାୟ ସମିତି ର ସଭାପତି ରମେଶ ପରିଡା,ସମାଜ ସେବୀ ବିଜୟ ସ୍ୱାଇଁ, ରଂଜନ ବର୍ଦ୍ଧନ,ବିଭୁ ରଂଜନ ସାମନ୍ତରାୟ,
ବିକାଶ ପରିଡା,ଶିଶିର ରଂଜନ ଦାଶ,କ୍ଷୀରୋଦ ସାହୁ, ସହିତ୍ୟକ ପ୍ରବୀର ପ୍ରଧାନ, ଦୀନବନ୍ଧୁ ଦାସ, (OUJ) ର ଜଗତସିଂହପୁର ଜିଲ୍ଲା ସଭାପତି ଜୋତୀ ରଂଜନ ପରିଡା, ସମ୍ପାଦକ ପ୍ରଳୟ ମହାପାତ୍ର,(ouj)ର କୁଜଙ୍ଗ ବ୍ଲକ ସଭାପତି ବାବୁଲି ଚନ୍ଦ୍ର ଦାସ, କୁଜଙ୍ଗ ବ୍ଳକ ସାମ୍ବାଦିକ ବୀଚିତ୍ରା ନନ୍ଦ ପ୍ରଧାନ, ଅରକ୍ଷିତ ସ୍ୱାଇଁ,ଶ୍ରୀ ଦାସ ଙ୍କ ର ସମ୍ପର୍କରେ ସ୍ମୁତି ଚାରଣ କରିଥିଲେ ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର







