ads

Breaking News

ସତ୍ୟବାଦୀରେ ଦୁଇ ସରପଞ୍ଚ ଏବେ କରୋନା ପଜିଟିଭ

 ସାକ୍ଷୀଗୋପାଳ------ ପୁରୀ ଜିଲ୍ଲାରେ ମହାମାରୀ କରୋନା କମିବାର ନାଁ ଗନ୍ଦ ଧରୁ ନାହିଁ । ସତ୍ୟବାଦୀ ବ୍ଳକରେ ପଞ୍ଚାୟତର ଜିଲ୍ଲାପାଳ କ୍ଷମତା ପାଇଥିବା ଦୁଇଜଣ  ସରପଞ୍ଚ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସତ୍ୟବାଦୀ ଜନସାଧାରଣ ବ୍ଳକ ଆସିବାକୁ ଭୟ କରୁଥିବା ଜଣାପଡିଛି । ପ୍ରତିଦିନ କରୋନା ପଜିଟିଭ ସଂଖ୍ୟା ବଡିବାରେ ଲାଗିଛି । ପ୍ରଥମେ ପ୍ରବାସୀ ଓଡିଆ ମାନେ କରୋନା ପଜିଟିଭ ଚିିହ୍ନଟ ହେଉଥିଲେ ।  ତାଙ୍କ ସହିତ ମିଳାମିଶା କରିଥିବା ପରିବାର ଓ  ଲୋକମାନେ ପଜିଟିଭ ଚିହ୍ନଟ ହେଉଥିଲେ । ପରେ ପରେ ବ୍ଳକ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶା ଦିଦି କରୋନା ପଜିଟିଭି ଚହ୍ନଟ ହୋଇଥିବା ବେଳେ ଦୁଇ କରୋନା ଯୋର୍ଦ୍ଧା ବା ଦୁଇ ସରପଞ୍ଚ ପଜିଟିଭ ଚିହ୍ନଟ ହୋଇଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive