ads

Breaking News

ପ୍ରତିଶ୍ରୁତି ରକ୍ଷା କଲେ ବିଧାୟିକା ସ୍ନେହାଙ୍ଗିନୀ ; ରତ୍ନାବତୀଙ୍କୁ ପ୍ରଦାନ କଲେ ମାସକର ଔଷଧ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-      ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ରତ୍ନାବତୀ ପ୍ରଧାନ । ଚିକିତ୍ସା ନିମନ୍ତେ ପ୍ରଥମ ମାସର ଔଷଧ ପ୍ରଦାନ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଏନେଇ ବିଧାୟିକା ଶ୍ରୀମତୀ ଛୁରିଆ ନିଜେ ତାଙ୍କ ଘରକୁ ଯାଇଥିଲେ ଏବଂ ରତ୍ନାବତୀଙ୍କ  ଚଳିତ ମାସ ପାଇଁ ଦିଲ୍ଲୀରୁ  ମାଗେଇଇଥିବା ଔଷଧ କୁ ପ୍ରଦାନ କରିବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ।
ଏହାଛଡା ଆଗାମୀ ଦିନରେ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗେଇବା ପାଇଁ ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରଦାନ କରିଥିଲେ। ଏଠାରେ ପ୍ରକାଶ ଥାଉକି ରତ୍ନାବତୀ ଜଣେ ଗରୀବ ମଧ୍ୟବିତ୍ତ ପରିବାରର ଝିଅ । ଗତ ୨୦୧୮ ମସିହାରୁ ତାଙ୍କ ଫୁସଫୁସ ଜନିତ କର୍କଟ ରୋଗ ଚିହ୍ନଟ ହେବାପରେ ପରିବାର ଭାଙ୍ଗିପଡିଥିଲେ । ପ୍ରଥମେ ବରଗଡ଼ ଜିଲ୍ଲାପ୍ରଶାସନ ତରଫରୁ ସହାୟତା ପାଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସା କରିଥିଲେ । କିନ୍ତୁ ବ୍ୟୟବହୁଳ ଔଷଧ ଖର୍ଚ୍ଚ ତାଙ୍କ ପରିବାରର ଚିନ୍ତା ବଢ଼େଇ ଦେଇଥିଲା  । ତାଙ୍କୁ ମାସିକ ଏକଲକ୍ଷ ରୁ ଅଧିକ ଟଙ୍କାର ଔଷଧ ଖାଇବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେବାପରେ ପରିବାର ସମ୍ପୂର୍ଣ୍ଣ ରୂପେ ଅସମର୍ଥ ହୋଇ ଭାଙ୍ଗିପଡିଥିଲେ । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ଘରକୁ ଯାଇ ପାଞ୍ଚ ମାସର ଚିକିତ୍ସା ଖର୍ଚ୍ଚ ବହନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । 
ଏବଂ ତାହା ପୂରଣ ମଧ୍ୟ କରିଛନ୍ତି । ବିଧାୟିକାଙ୍କ ଏହି ପଦକ୍ଷେପ ଜଣେ ଅସହାୟ ପରିବାର ମୁହଁରେ ହସ ଫୁଟେଇବା ସହ ରତ୍ନାବତୀଙ୍କ ପାଇଁ ଏକ ନୂତନ ଆଶାର ସଞ୍ଚାର କରିଛି ବୋଲି ତାଙ୍କ ପରିବାର ଲୋକେ କହନ୍ତି ।ଏହି ମହତ କାମ ପାଇ ବିଧାୟିକାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା  ର ସୁଅ ଛୁଟୁଛି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍..........

ads

Blog Archive