ads

Breaking News

କେନ୍ଦ୍ରୀୟ ତଦନ୍ତକାରୀ ଟିମ ବରୀ ବନ୍ୟା ଅଞ୍ଚଳ ପରିଦର୍ଶନ



ବରୀ-ଚଳିତ ବର୍ଷ ବନ୍ୟାରେ ବରୀ ଅଞ୍ଚଳ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଗୁରୁବାର କେନ୍ଦ୍ରୀୟ ତଦନ୍ତ କାରୀା  ଟିମ ବରୀ ରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ ପ୍ରଥମେ ବ୍ରାହ୍ମଣୀ ନଦୀର ବାମ ପାଶ୍ୱରେ ହୋଇଥିବା ଅଟିରା ପଞ୍ଚାୟତର  ଅରୁଆଳ ଘାଇ ଓ ଦୁଧେଇ ନାଳର ବାଲିଆପାଳ-ରମ୍ପା ମଧ୍ୟ ସ୍ଥଳ ଘାଇ ବୁଲି ବେଖିଛନ୍ତି। ଏହି କେନ୍ଦ୍ରୀୟ ଟିମ ସହିତ ଯାଜପୁର ଜିଲ୍ଲା ପ୍ରଶାସନ ଅଧିକାରୀମାନେ ସାମିଲ ହୋଇ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଛନ୍ତି।ବନ୍ୟାରେ ବରୀ ଅଂଚଳରେ ସର୍ବାଧିକ ଘାଇ ହୋଇଥିବା ଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଏହି ତଦନ୍ତକାରୀ ଟିମ ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରଭିଣ ବଶିଷ୍ଠ , ଶ୍ରୀ ଅମରେଶ ପାଲ ସିଂ, ଶ୍ରୀ ଏସ ଏସ ମୋଦି ଙ୍କ ନେତୃତ୍ୱରେ ଆସିଥିବା ବେଳେ କୃଷି,ଜଳସମ୍ପଦ,ସଡ଼କ ପରିବହନ,ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରଳାୟର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।   କେନ୍ଦ୍ରୀୟ ଟିମ ସହିତ ଯାଜପୁର ଜିଲ୍ଲାପାଳ ଚକ୍ରବତୀ ସିଂ ରାଠୋର,ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ,ବରୀ ତହସିଲଦାର ସରୋଜ କାନ୍ତ ନାୟକ,ଜାରକା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟ ଯାଜପୁର ଜଳ ସମ୍ପଦ ବିଭାଗ ଅଧିକାରୀ,ବରୀ ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା ଓ ବିଭିନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଯାଜପୁର ବରୀରୁ ଦର୍ଶନ ବେହେରା

ads

Blog Archive