ଡେଲାଙ୍ଗ ରେ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପ ଦାନ
ଡେଲାଙ୍ଗ -- ପିପିଲି- ଡେଲାଙ୍ଗ ବିଧାୟକ ପ୍ରଦୀପ ମହାରଥୀ ଓ ତାଙ୍କର ଧର୍ମପତ୍ନୀ ଡ. ପ୍ରତିଭା ମହାରଥୀ ଓ ପୁଅ ମଧ୍ୟ ମହାମାରୀ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କର ଆଶୁ ଆରୋଗ୍ୟ କାମନା କରି ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଠାରେ ଥିବା ଓଁ ନମ ଶ୍ରୀ ଶ୍ରୀ ପରିସରରେ ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ମହାରଥୀଙ୍କୁ ଭଲ ପାଉଥିବା ଓ ବିଜୁ ଜନତା ଦଳର କର୍ମୀ ଓ ଡେଲାଙ୍ଗ ମିଶନ ଶକ୍ତି ମହାସଂଘର ନେତ୍ରୀ ମାନେ ବିଧାୟକ ଓ ତାଙ୍କ ପରିବାର ଶିଘ୍ର ସୁସ୍ଥ ହେବା ସହ ଡେଲାଙ୍ଗ ବିଡିଓ ଓ ରାଜ୍ୟ ତଥା ବିଶ୍ୱରୁ ଏହି ମହାମାରୀ କରୋନାରୁ ମୁକ୍ତ କରିବା ପାଇଁ ଠାକୁରଙ୍କ ପାଖରେ ଦୀପଦାନ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ ଡେଲାଙ୍ଗ ବ୍ଳକର ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ନିଶଙ୍କ , ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା, ଡେଲାଙ୍ଗ ବ୍ଳକର ପୂର୍ବତନ ସରପଞ୍ଚ ବିପିନି ବିହାରୀ ବଳବନ୍ତରାୟ, ଲୋକନାଥ ବେହେରା, ବିଜୟ ଚମ୍ପତିରାୟ ଙ୍କ ସହିତ କଲ୍ୟାଣପୁର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ଜେନା, ଭାରତୀ ଜମ୍ପତି, ରୁନୁ ନନ୍ଦ, ପ୍ରସନ୍ନ ମହାରଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ୨୧ ଦିନ ପର୍ଯ୍ୟନ୍ତ ଆମିଷ ସେବନ କରିବେ ନାହିଁ ବୋଲି ଠାକୁରଙ୍କ ପାଖରେ ଶପଥ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି




